ବାୟୁସେନା ବିମାନ ଯୋଗେ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ମିଆଁମାରକୁ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ବାୟୁସେନା ବିମାନ ଯୋଗେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ଟେଣ୍ଟ୍, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ, ସୋଲାର ଲ୍ୟାମ୍ପ ପଠାଯାଇଛି । ଆବଶ୍ୟକୀୟ ଔଷଧ ସହ ଜେନେରେଟର ସେଟ୍ ପଠାଇଲା ।

Myanmar

ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୭.୭ ରେକର୍ଡ କରାଯାଇଛି । ଏହା କେନ୍ଦ୍ର ସ୍ଥଳ ସାଇଙ୍ଗେଗ ବୋଲି ସୂଚନା ମିଳିଛି । ଏତେ ଶକ୍ତିଶାଳୀ ଥିଲା ଯେ ଭୂମିକମ୍ପ ଆଖି ଆଗରେ ତାସଘର ଭଳି ଭୁଷୁଡି ପଡିଛି ବଡ ବଡ ଅଟାଳିକା । କେଉଁଠି ବିଶାଳ ପୋଲ ଭାଙ୍ଗିଯାଇଛି ତ ପୁଲି କେଉଁଠି ରାସ୍ତା ଫାଟି ଆଁ କରିଛି । କିଛି ସ୍ଥାନରେ ନିର୍ମାଣଧୀନ ବିଲଡିଂ ଭାଙ୍ଗିଯାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ତେବେ ଭଙ୍ଗାଚଟାଣ ତଳେ ଶ୍ରମିକ ଫସିରହିଥିବା ଆଶଙ୍କା ଥିବାରୁ ବଡ ଧରଣର ମୃତ୍ୟୁ ଓ ଆହାତ ସଂଖ୍ୟା ଆସିବା ଆଶଙ୍କା ରହିଛି ।

ଏବେ ସୁଦ୍ଧା ଶତାଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । କେବଳ ମିଆଁମାର ନୁହେଁ ଥାଇଲ୍ୟାଣ୍ଡ ଏବଂ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୂଭୁତ ହୋଇଛି । ସ୍ଥିତିକୁ ଦେଖି ଉଭୟ ଦେଶରେ ବିମାନବନ୍ଦର,ରେଳଚଳାଚଳ ବନ୍ଦ କରାଯିବା ସହ ଲାଗିଛି ଏମରଜେନ୍ସି । ତେବେ ଭାରତରେ କୌଣସି ପ୍ରକାରର ବଡ କ୍ଷୟକ୍ଷତିର ଏବେ ସୁଦ୍ଧା ସୂଚନା ମିଳିନି । ତେବେ ଘଟଣାକୁ ନେଇ ଦୁଖ ପ୍ରକାଶ କରିଛି ଭାରତ ଓ ଉଭୟ ଦେଶଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+