ଭାରତ ମୋ ମାଆଙ୍କ ଜୀବନ ବଞ୍ଚାଇଲା', ଶେଖ ହସିନାଙ୍କ ପୁଅଙ୍କ ବଡ଼ ବୟାନ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଦଶନ୍ଧି ମଧ୍ୟରେ କୌଣସି ପୂର୍ବତନ ବାଂଲାଦେଶ ନେତାଙ୍କ ବିରୋଧରେ ଏହା ଅତ୍ୟନ୍ତ ନାଟକୀୟ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ। ଆସନ୍ତା ଫେବ୍ରୁଆରି‌ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଥିବାବେଳେ ଏହାର ମାତ୍ର କିଛିମାସ ପୂର୍ବରୁ ହସିନାଙ୍କ ବିରୋଧ‌‌ରେ ଏହି ରାୟ ଆସିଛି। ଅନ୍ୟପକ୍ଷରେ ଏହି ରାୟକୁ ବିରୋଧ କରି ହସିନାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶତାଧିକ ସ୍ଥାନରେ ହିଂସା ଜାରି ରହିଛି। ହସିନାଙ୍କ ଦଳ ଆୱାମୀ ଲିଗ୍‌ ରାୟକୁ ପ୍ରତ୍ୟାଖ୍ୟାନ କରିବା ସହ ଏହା ବିରୋଧରେ ଦେଶବ୍ୟାପୀ ଜନଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି।

Sheikh Hasina

ଏମଧ୍ୟରେ ଶେଖ ହାସିନାଙ୍କ ପୁଅ ସଜୀବ ୱାଜେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଗତ ବର୍ଷ ବାଂଲାଦେଶରେ ହୋଇଥିବା ରାଜନୈତିକ ଆନ୍ଦୋଳନ ସମୟରେ ଶେଖ ହାସିନାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଇଥିଲା। ବହୁତ କଷ୍ଟରେ ସେ ଖସି ଆସି ଭାରତରେ ରହିବା ଆରମ୍ଭ କରିଥିଲେ। ତାଙ୍କୁ ଭାରତରେ ରହିବାକୁ ଅନୁମତି ଦେଇଥିବାରୁ ସଜୀବ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭାରତ ଆଗରେ ଚିର କୃତଜ୍ଞ ରହିବି: ହସିନାଙ୍କ ପୁଅ
ସେ କହିଛନ୍ତି ଯେ, "ଭାରତ ସବୁବେଳେ ଏକ ଭଲ ବନ୍ଧୁ ବୋଲି ପ୍ରମାଣ କରିଛି। ସଙ୍କଟ ସମୟରେ ଭାରତ ମୋ ମାଆଙ୍କ ଜୀବନ ରକ୍ଷା କରିଛି। ଯଦି ସେ ବାଂଲାଦେଶ ଛାଡି ନଥାନ୍ତେ, ତେବେ ଆତଙ୍କବାଦୀମାନେ ତାଙ୍କୁ ନିଶ୍ଚିତ ହତ୍ୟା କରିଥାନ୍ତେ। ମୋ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରତି ଚିର କୃତଜ୍ଞ।"

ତେବେ କୋର୍ଟ, ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଆଜୀବନ କାରାଦଣ୍ଡ ଦେବା ସହିତ ଆନ୍ଦୋଳନ ସମୟରେ ଅନେକ ଲୋକଙ୍କ ହତ୍ୟା ମାମଲାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ପୃଥକ୍‌ ଭାବେ ମୃତ୍ୟୁଦଣ୍ଡ ମିଳିଛି। ହସିନାଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍‌କୁ ଉଦ୍ଧୃତ କରି ଟ୍ରିବ୍ୟୁନାଲ ଦର୍ଶାଇଥିଲେ ଯେ ଶେଖ୍‌ ହସିନା ମାନବତା ବିରୋଧୀ ଅପରାଧ କରିଛନ୍ତି। ଅଗଷ୍ଟ ୫ ତାରିଖରେ ୬ ଜଣ ଆନ୍ଦୋଳନକାରୀଙ୍କୁ ଚଙ୍ଖରପୁଲରେ ହତ୍ୟା କରାଯାଇଥିଲା ଏବଂ ଶେଖ ହସିନାଙ୍କ ନିର୍ଦ୍ଦେଶରେ ଛାତ୍ରମାନଙ୍କୁ ହତ୍ୟା କରାଯାଇଥିବା ନେଇ ରହିଥିବା ବଳିଷ୍ଠ ପ୍ରମାଣ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା। ତତ୍କାଳୀନ ଗୃହମନ୍ତ୍ରୀ ତଥା ପୁଲିସ ଆଇଜିଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ସେମାନେ ଏହାଦ୍ବାରା ମାନବତା ବିରୋଧରେ ଅପରାଧ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+