G20 ଦେଶ ମଧ୍ୟରେ ସର୍ବନିମ୍ନ ଭାରତରେ ବେକାରୀ ହାର
ଭାରତରେ କମୁଛି ବେକାରିଙ୍କ ସଂଖ୍ୟା। ବେକାରୀ ହାରରେ ବଡ଼ ପରିବର୍ତ୍ତନ । ଭାରତରେ ବେକାରୀ ହାର ୨% ରହିଛି, ଯାହା G20 ଦେଶଗୁଡ଼ିକ ମଧ୍ୟରୁ ସର୍ବନିମ୍ନ ବୋଲି (WEF)ର ଦି ଫ୍ୟୁଚର୍ ଅଫ୍ ଜବ୍ସ୍ ରିପୋର୍ଟ ୨୦୨୫ରେ ପ୍ରକାଶ ପାଇଛି। କେନ୍ଦ୍ରୀୟ ଶ୍ରମ ଓ ରୋଜଗାର ମନ୍ତ୍ରୀ ଡକ୍ତର୍ ମନ୍ସୁଖ ମାଣ୍ଡଭିୟା ୮ ସେପ୍ଟେମ୍ବର ୨୦୨୫ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଏହା ଜାଣାଇଛନ୍ତି, ଯେଉଁଠାରେ ଶ୍ରମ ମନ୍ତ୍ରଣାଳୟ ମେଣ୍ଟର୍ ଟୁଗେଦର୍ ଏବଂ କ୍ୱିକର୍ଙ୍କ ସହିତ ଏମଓୟୁ ସ୍ୱାକ୍ଷର ହୋଇଛି, ଯାହା ରାଷ୍ଟ୍ରୀୟ କ୍ୟାରିଅର୍ ସର୍ଭିସ୍ (NCS) ପୋର୍ଟାଲ୍ ମାଧ୍ୟମରେ ଯୁବକମାନଙ୍କ ପାଇଁ ରୋଜଗାର ସୁଯୋଗ ଏବଂ କୌଶଳ ବୃଦ୍ଧି କରିବ।

ଏହି ବେକାରି ହାର ହ୍ରାସ ଭାରତର ଦ୍ରୁତ ଆର୍ଥିକ ବୃଦ୍ଧି ଏବଂ ସମସ୍ତ କ୍ଷେତ୍ରରେ ରୋଜଗାର ସୃଷ୍ଟି କୁ ଦର୍ଶାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଭଳି ସରକାରୀ ଯୋଜନାମାନେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି, ଯାହା ୩.୫ କୋଟିରୁ ଅଧିକ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।
ସରକାରଙ୍କ ତୃତୀୟ ଟର୍ମରେ ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି, ଯାହା ରୋଜଗାର, କୌଶଳ ଏବଂ ଉଦ୍ୟୋଗିତା ସୁଯୋଗକୁ ପ୍ରୋତ୍ସାହିତ କରି ୪.୧ କୋଟି ଯୁବକଙ୍କୁ ସମର୍ଥନ କରିବ । NCS ପୋର୍ଟାଲ୍ ଏବେ ୫୨ ଲକ୍ଷ ନିୟୋଗକର୍ତ୍ତା, ୫.୭୯ କୋଟି ରୋଜଗାର ସନ୍ଧାନକାରୀ ଏବଂ ୭.୨୨ କୋଟି ରୋଜଗାର ସୁଯୋଗକୁ ସମର୍ଥନ କରୁଛି, ଯାହା ଭାରତର ରୋଜଗାର ଇକୋସିଷ୍ଟମ୍କୁ ମଜବୁତ୍ କରୁଛି।












Click it and Unblock the Notifications