ସରକାର ଏବଂ ୟୁଜିସିକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ଘରୋଇ ବିଶ୍ୱବିଦ୍ୟାଳୟ ପରିଚାଳନା ସମ୍ବନ୍ଧରେ ସେମାନେ ସମସ୍ତ କାଗଜପତ୍ର ସରକାରଙ୍କୁ ଦାଖଲ କରିବେ । ଦେଶରେ ହୁହୁ ହୋଇ ଗଢି ଉଠୁଥିବା ଘରୋଇ ଶିକ୍ଷାନୁଷ୍ଠାନର କାର୍ଯ୍ୟପ୍ରଣାଳୀ, ନିୟମ ଏବଂ ଏହାର ଢାଞ୍ଚାର ଯାଞ୍ଚ୍ କରିବା ପାଇଁ କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ବା ୟୁଜିସିକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ରିପୋର୍ଟ କୋର୍ଟଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ତଥ୍ୟକୁ ଲୁଚାଯାଇ ପାରିବ ନାହିଁ । ଏଥିରେ କିଛି ଟ୍ୟାମ୍ପରିଂ କରିବା ଠିକ୍ ନୁହେଁ । ସମସ୍ତ ଘରୋଇ ବିଶ୍ବବିଦ୍ୟାଳର ନୀତି, ନିୟମ, କର୍ତ୍ତବ୍ୟ, ପ୍ରତିଷ୍ଠାର ଢାଞ୍ଚାକୁ ୟୁଜିସି ଯାଞ୍ଚ୍ କରିବା ଦରକାର । ଘରୋଇ ବିଶ୍ୱବିଦ୍ୟାଳୟର ବାସ୍ତବିକ ସ୍ଥିତି ଏବଂ ବ୍ୟବସ୍ଥା ସମସ୍ତେ ଜାଣିବା ଜରୁରୀ ।
ଜଷ୍ଟିସ ଅହସାନୁଦ୍ଦୀନ ଅମାନୁଲ୍ଲାହ ଏବଂ ଜଷ୍ଟିସ ଏନବି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ୟୁଜିସି ଅଧିକ ତତ୍ପରତାର ସହ କାମ କରିବା ଆବଶ୍ୟକ । ବିଶ୍ବବିଦ୍ୟାଳୟର ଛାତ୍ର ପ୍ରବେଶ ନୀତି ବା ନାମଲେଖା, ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା, ନିୟାମକ ଯାଞ୍ଚ ଓ ସରକାରଙ୍କଠୁ ମିଳୁଥିବା ସୁବିଧା ସୁଯୋଗର ଅନୁପାଳନ ହେଉଛି ନା ନାହିଁ ସେନେଇ ୟୁଜିସି ଦୃଷ୍ଟି ଦେବା ଉଚିତ । ଏନଜିଓ ଏବଂ ଟ୍ରଷ୍ଟ ଦ୍ୱାରା ଏହା ପରିଚାଳିତ ହେଉଛି ନା ନାହିଁ ତାହାର ଯାଞ୍ଚ ହେବା ଦରକାର । ସରକାରଙ୍କ ପାଖରେ ଏନେଇ ସ୍ପଷ୍ଟ ତଥ୍ୟ ରହିବା ଜରୁରି । ପାଠ ପଢୁଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ୟୁନିଭର୍ସିଟିରେ ଅଭିଯୋଗ ପ୍ରକୋଷ୍ଠ ରହିବା ନେଇ ସରକାର ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
କୋର୍ଟ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଯେ, କେନ୍ଦ୍ରୀୟ ସ୍ତରରେ କ୍ୟାବିନେଟ୍ ସଚିବ ଏବଂ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ବିଶ୍ୱବିଦ୍ୟାଳୟର ତଥ୍ୟ ହାସଲ କରିବେ । ଏଥିରେ କୌଣସି ସତ କିମ୍ବା ତଥ୍ୟକୁ ଲୁଚାଯାଇପାରିବ ନାହିଁ । ଯଦି କୌଣସି ଅନିୟମିତତା ହୋଇଥିବା ଜଣାପଡେ ତେବେ କୋର୍ଟ ଏଦିଗରେ କଡା କାର୍ଯ୍ୟାନୁଷ୍ଠାନ ନେବେ ।

ସୂଚନାଯୋଗ୍ୟ, ଆମିଟୀ ୟୁନିଭର୍ସିଟି ବିରୋଧରେ ଜଣେ ଛାତ୍ରୀଙ୍କ ନାମ ପରିବର୍ତ୍ତନ ସମ୍ପର୍କୀୟ ମାମଲାର ଶୁଣାଣିରୁ ୟୁନିଭର୍ସିଟି ଏବଂ ୟୁଜିସିର ଉତ୍ତରାଦାୟିତ୍ୱ ଯାଏଁ କଥା ପହଁଚିଥିଲା । ଅନ୍ୟ ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଘରୋଇ ବିଶ୍ବବିଦ୍ୟାଳୟକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ପ୍ରଶ୍ନ କରିଥିଲେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications