ସରିଲା ପୁରୁଣା ବର୍ଷର ଆୟୁଷ, ଆସିଲା ନୂଆ ବର୍ଷ: ଆଗୁଆ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି
ନୂଆ ବର୍ଷର ଆଗୁଆ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ।
ନୂଆଦିଲ୍ଲୀ: ଶେଷ ହେଲା ପୁରୁଣା ବର୍ଷର ଆୟୁଷ । ଆସିଲା ନୂଆ ବର୍ଷ । କୋଭିଡ କଟକଣା ମଧ୍ୟରେ ଭାରତରେ ନୂଆ ବର୍ଷର ସେଲବ୍ରେସନ ଫିକା ପଡିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଧୁମଧଡକାରେ ପାଳନ ହେଲାଣି ନୂଆ ବର୍ଷ । ସେପଟେ ନୂଆ ବର୍ଷର ଆଗୁଆ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ।

ରାଷ୍ଟ୍ରପତି ଏକ ବାର୍ତ୍ତାରେ କହିଛନ୍ତି, "ନୂଆ ବର୍ଷ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରତ୍ୟେକ ନୂଆ ବର୍ଷ ଏକ ନୂତନ ଆରମ୍ଭ କରିବାର ସୁଯୋଗ ପ୍ରଦାନ କରେ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ।"
ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କହିଛନ୍ତି, ନୂଆ ବର୍ଷ ହେଉଛି ଏକ ଉତ୍ସବ ଯାହାକୁ ଆମେ ସମସ୍ତେ ଚାହିଁ ରହିଥାଉ। ଏହା ଏକ ଘଟଣା ଯାହା ଆମର ଆଶାବାଦୀ ହେବାର ଉତ୍ସାହ, ଜିଜ୍ଞାସା ଏବଂ ସୌଜନ୍ୟକୁ ଦୃଢ କରିଥାଏ। ଏହି ଆଶାର ସମ୍ଭାବନା ସହିତ ନୂଆ ବର୍ଷକୁ ସ୍ୱାଗତ କରିବା, ଯେହେତୁ ଆମେ ଏକ ବର୍ଷକୁ ବିଦାୟ ଦେଉଛୁ ଯାହା ସାମ୍ପ୍ରତିକ ସ୍ମୃତିର ଅନ୍ୟତମ ଘାତକ ମହାମାରୀ ମାଧ୍ୟମରେ ଆମକୁ ଅନେକ ଶିକ୍ଷା ଦେଇଛି।












Click it and Unblock the Notifications