ବିଶ୍ୱରେ ମାନ୍ଦାବସ୍ଥା ଥିବା ବେଳେ ଭାରତର ସ୍ଥିତି ମଜବୁତ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନା ଯୋଜନା ଅଧୀନରେ 2 ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରୁଛନ୍ତି । ଅନ୍ତ୍ୟୋଦୟ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ:ଆରମ୍ଭ ହେଲେ ଚଳିତ ବର୍ଷର ସାଧାରଣ ବଜେଟ୍ । ୨୦୨୩-୨୪ ବଜେଟ୍ ଉପରେ ରହିଛି ସାରା ବିଶ୍ୱର ନଜର । କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ବଜେଟ୍, ତେଣୁ ଏହି ବଜେଟରେ କିଛି ଜନପ୍ରିୟ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।
ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଲେ ଅର୍ଥମନ୍ତ୍ରୀ । ମହାମାରୀ ପରେ ଦେଶର ଅର୍ଥନୀତିକୁ ଆଗକୁ ନେବା ପାଇଁ କମ ହୋଇଛି । ସବକା ସାଥ୍, ସବକା ପ୍ରୟାସରେ କାମ ହୋଇଛି ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ । ସଠିକ୍ ଦିଶାରେ ଏବଂ ବିକାଶ ପଥରେ ଭାରତର ଅର୍ଥନୀତି ଏବଂ ବିଶ୍ୱରେ ମାନ୍ଦାବସ୍ଥା ଥିବା ବେଳେ ଭାରତର ସ୍ଥିତି ମଜବୁତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ଭାରତକୁ ଏକ ଉଜ୍ଜ୍ୱଳ ତାରକା ଭାବରେ ଦେଖିଛି । ଏହି ଆର୍ଥିକ ବର୍ଷ ପାଇଁ ଆମର ଆନୁମାନିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଅଟେ । ମାଗଣା ରାସନ୍ ପାଇଁ ୨ ଲକ୍ଷ କୋଟିରୁ ଅଧିକ ବଜେଟ୍ ଯାହାର ମୂଳ ଲକ୍ଷ ହେଉଛି ଦେଶରେ ଯେପରି କେହି କେବେ ଭୋକିଲା ନ ଶୁଅନ୍ତୁ । ସେହିପରି ୯.୬ ଏଲପିଜି କନେକ୍ସନ ଦିଆଯାଉଛି । ୨୦୧୪ ଠାରୁ ସରକାରଙ୍କ ଉଦ୍ୟମ ସମସ୍ତ ନାଗରିକଙ୍କ ପାଇଁ ଏକ ଉନ୍ନତ ମାନର ଜୀବନ ଏବଂ ସମ୍ମାନର ଜୀବନ ସୁନିଶ୍ଚିତ କରିଛି । ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷ ଟଙ୍କା ହୋଇଛି । ଏହି ୯ ବର୍ଷ ମଧ୍ୟରେ, ଭାରତୀୟ ଅର୍ଥନୀତି ବିଶ୍ୱର ଦଶମରୁ ୫ମ ସ୍ଥାନରେ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ତେବେ ଆଜିର ବଜେଟରୁ ମଧ୍ୟବିତ୍ତ ପରିବାରଙ୍କର ସର୍ବାଧିକ ଆଶା ରହିଛି । ମଧ୍ୟବିତ୍ତ ପରିବାର ଟ୍ୟାକ୍ସ ସ୍ଲାବରେ ଛାଡକୁ ଚାହିଁଛନ୍ତି । ଶେଷ ଥର ପାଇଁ ସରକାର ୨୦୨୦ ରେ ଟ୍ୟାକ୍ସ ସ୍ଲାବ ଛାଡ କରିଥିଲେ, କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ପରେ ଲୋକମାନେ ଆଶା କରୁଛନ୍ତି ଯେ ଟ୍ୟାକ୍ସ ସ୍ଲାବ ଛାଡ କରାଯାଇପାରେ । ଏହା ସହିତ 80C ଅଧିନରେ ଦିଆଯାଇଥିବା ରିହାତିକୁ ୨ ଲକ୍ଷରୁ ବୃଦ୍ଧି କରିବେ ବୋଲି ଲୋକମାନେ ଆଶା କରୁଛନ୍ତି ।












Click it and Unblock the Notifications