Get Updates
Get notified of breaking news, exclusive insights, and must-see stories!

୨୦୨୩ରେ ଭାରତର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିପାରେ :IMF

International Monetary Fund ଏହାର ବିଶ୍ୱ ଅର୍ଥନୈତିକ ରିପୋର୍ଟ ଜାରି କରିଛି ।ଏହି ରିପୋର୍ଟରେ ଭାରତର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି ବୋଲି ପ୍ରକାଶ ପାଇଛି।

Union budget 2023

Union budget 2023: ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିରେ କିଛି ମାନ୍ଦା ଅବସ୍ଥା ଦେଖିବା ପାଇଁ ମିଳିପାରେ । ଆଇଏମଏଫ ପକ୍ଷରୁ ପ୍ରକାଶିକ ରିପୋର୍ଟ ଅନୁସାରେ, ଭାରତର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଆର୍ଥିକ ବର୍ଷରେ ୬.୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ରହିପାରେ ବୋଲି ଅନୁମାନ କରାଯାଉଛି ।

ୱାର୍ଲ୍ଡ ଇକୋନୋମିକ୍ ଆଉଟ୍ଲୁକ୍ ର ରିପୋର୍ଟ ଅନୁସାରେ, FY2022ରେ ବିଶ୍ୱ ଅଭିବୃଦ୍ଧି ହାର ୩.୪ ପ୍ରତିଶତ ରହିଥିବା ବେଳେ । ୨୦୨୩ରେ ଏହା ୨.୯ ପ୍ରତିଶତ ଏବଂ ୨୦୨୪ରେ ୩.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ୨୦୨୪ ମସିହାରେ ଦ୍ରୁତ ବିକାଶ କରୁଥିବା ଦେଶ ଭାରତର ପ୍ରଥମ ସ୍ଥାନରେ ରହିବ । ଆଇଏମ୍ଏଫ୍ ଅନୁଯାୟୀ, ୨୦୨୪ ରେ ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବାର ସମ୍ଭାବନ ରହିଛି । ୨୦୨୩ ରେ ଏହା ୬.୧ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତର ବିକାଶର ଗତି ସାମ୍ନାରେ ଫିକା ପଡିଯାଇଛି ଅନ୍ୟ ଦେଶର ବିକାଶ ।

୨୦୨୪ବର୍ଷ ବିଷୟରେ, ଆଇଏମ୍ଏଫ୍ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବିଶ୍ୱର ବିକାଶର ଅଭିବୃଦ୍ଧି ହାର ସାମାନ୍ୟ ବୃଦ୍ଧି ପାଇବ ଏବଂ ଏହା ୩.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ପିୟର-ଓଲିଭର୍ ଗୋରିଞ୍ଚସ୍ କହିଛନ୍ତି ଯେ, ବିମୁଦ୍ରାକରଣ ବିପଦ ହ୍ରାସ ପାଇଛି ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମୁଦ୍ରାସ୍ପୀତି କମ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଯଦି ୟୁକ୍ରେନ-ରୁଷ ଯୁଦ୍ଧ ଏବଂ କରୋନାକୁ କିଛି ନୂଆ ପ୍ରତିବନ୍ଧକ ସୃଷ୍ଟି ହୁଏ ତେବେ ସ୍ଥିତି ପୁଣି ବିଗିଡି ଯାଇପାରେ ।

IMF ରିପୋର୍ଟ ଅନୁସାରେ, ବିକାଶୀତ ଦେଶ ତୁଳନାରେ ବିକାଶଶୀଳ ଦେଶର ଆର୍ଥିକ ବିକାଶ ସ୍ଥିତି ଅଧିକ ରହିବାର ସମ୍ଭାବନା ରହିଛି । ଆର୍ଥିକ ଦୃଷ୍ଟିରୁ ବିକଶିତ ଦେଶଗୁଡିକର ଅଭିବୃଦ୍ଧି ହାର ୨୦୨୨ ରେ ୨.୭ ପ୍ରତିଶତ ରହିବାର ସମ୍ଭାବନା, ଯାହା ୨୦୨୩ରେ ୧.୨ ପ୍ରତିଶତ ଏବଂ ୨୦୨୪ରେ ୧.୪ ପ୍ରତିଶତ ରହିପାରେ । ଅନ୍ୟପକ୍ଷରେ, ଯଦି ଆମେ ବିକାଶଶୀଳ ଦେଶର ଅଭିବୃଦ୍ଧି ହାର ବିଷୟରେ
କହିବା ତେବେ ୨୦୨୨ ମସିହାରେ ଏହା ୩.୯ ପ୍ରତିଶତ,୨୦୨୩ ରେ ୪ ପ୍ରତିଶତ ଏବଂ ୨୦୨୪ ରେ ୪.୨ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+