Get Updates
Get notified of breaking news, exclusive insights, and must-see stories!

ଉତ୍କଟ ହେବ ଖାଦ୍ୟ ସଙ୍କଟ: ରପ୍ତାନୀ ବ୍ୟାନ ତାଲିକାରେ ଚିକେନ ଓ ଚାଉଳ

ବିଶ୍ବରେ ଆହୁରି ଉତ୍କଟ ହେବ ଖାଦ୍ୟ ସଙ୍କଟ। ବର୍ତ୍ତମାନ ଏହାର ସମ୍ଭାବନା ଦେଖାଦେଲାଣି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଦେଶ ବିଭିନ୍ନ ଖାଦ୍ୟର ରପ୍ତାନୀ ଉପରେ ରୋକ ଲଗାଉଛନ୍ତି।

ନୂଆଦିଲ୍ଲୀ: ବିଶ୍ବରେ ଆହୁରି ଉତ୍କଟ ହେବ ଖାଦ୍ୟ ସଙ୍କଟ। ବର୍ତ୍ତମାନ ଏହାର ସମ୍ଭାବନା ଦେଖାଦେଲାଣି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଦେଶ ବିଭିନ୍ନ ଖାଦ୍ୟର ରପ୍ତାନୀ ଉପରେ ରୋକ ଲଗାଉଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସପ୍ଲାଇ ଚେକ ଏକପ୍ରକାର ବାଧାପ୍ରାପ୍ତ ହୋଇଛି, ଯେଉଁଥିପାଇଁ ବିଶ୍ୱରେ ଖାଦ୍ୟାଭାବ ଦେଖାଦେଉଥିବା ଅର୍ଥନିତିଜ୍ଞମାନେ ଅନୁମାନ କରୁଛନ୍ତି।
ଭାରତରେ ଏଥର ଚାଉଳ ଏବଂ ଚିକେନ, ଚିନି ଓ ଗହମ ରପ୍ତାନୀ ଉପରେ ଲାଗିପାରେ ରୋକ। ବଜାରରେ ଗ୍ରାହକଙ୍କ ଚାହିଦାକବୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

modi

ଚାଉଳ ରପ୍ତାନୀ ଉପରେ କଟକଣା:

ଦେଶର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଟା ଜାରି ରଖିଛନ୍ତି। ଖୁବଶୀଘ୍ର ଚାଉଳ ରପ୍ତାନୀ ଉପରେ ମୋଦି ସରକାର କଟକଣା ଲଗାଇ ପାରନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିନ୍ତୁ ଏହି କଟକଣା କେବେଠାରୁ ଲାଗୁ ହେବ ସେନେଇ କୌଣସି ଘୋଷଣା ହୋଇନାହିଁ। ଯଦି ଏପରି ହୁଏ ତେବେ, ବିଶ୍ୱର ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ନିଜ ଦେଶର ଚାହିଦା ପୂରଣ ପାଇଁ ଭାରତ ଆବଶ୍ୟକୀୟ ପରିମାଣର ଚାଉଳ ଗଚ୍ଛିତ ରଖିଛି। ତଥାପି ସରକାର ପ୍ରର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧତାକୁ ଗୁରୁତ୍ୱ ଦେଉଛନ୍ତି।
ଏସିଆ ମହାଦେଶରେ ବିଶ୍ୱର ପ୍ରାୟ 90 ପ୍ରତିଶତ ଚାଉଳ ଉତ୍ପାଦନ ହୋଇଥାଏ। ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଚାଉଳ ବ୍ୟବସାୟରେ ସେତେଟା ପ୍ରଭାବ ପଡିନାହିଁ। ତଥାପି ଆଗୁଆ ସତର୍କ ରହିବାକୁ ଭାରତ ସରକରା ଏହାର ରପ୍ତାନୀ ଉପରେ କଟକଣା ଲଗାଇପାରନ୍ତି।

ଚିକେନ୍ ରପ୍ତାନୀ ଉପରେ କଟକଣା:

ଭାରତ ସରକାର ଚାଉଳ ସମେତ ଚିନି, ଗହମ ଓ ଚିକେନ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେବା ପରେ ବିଦେଶରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜୁନ ପହିଲାରୁ ମାଲେସିଆ ଚିକେନ ରପ୍ତାନୀ ବନ୍ଦ କରିବାକୁ ଯାଉଛି। ଦେଶର ଆବଶ୍ୟକୀୟ ଚାହିଦା ମେଣ୍ଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ମାଲେସିଆ କୃଷି ଓ ଖାଦ୍ୟମନ୍ତ୍ରୀ କହିଛନ୍ତି।
ମାଲେସିଆରେ ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଚିକେନ ଖିଆଯାଏ। ଯଦି ସେଠାରେ ଚିକେନ ରପ୍ତାନୀଉପରେ ବ୍ୟାନ ଲାଗିଲେ ସିଙ୍ଗାପୁର ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି।

ଚିନି ରପ୍ତାନୀ ଉପରେ କଟକଣା:

ଆସନ୍ତା ଜୁନ ପହିଲାରୁ ମୋଦି ସରକାର ଚିନି ରପ୍ତାନୀ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି। ଭାରତ ଚିନି ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ଅକ୍ଟୋବର 31 ସୁଦ୍ଧା ଚିନି ଆମଦାନୀକୁ 10 ମିଲିୟନ ଟନ୍ ଯାଏଁ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଭାରତ 35 ମିଲିୟନ ଟନ୍ ଚିନି ଉତ୍ପାଦନ ଲକ୍ଷ ରଖିଛି। ସେଥିରୁ ପ୍ରାୟ 27 ମିଲିୟନ ଟନ ଘରୋଇ ବ୍ୟବହାର ହେବ ଆଉ ବଳକା ରପ୍ତାନୀ କରାଯିବ ବୋଲି ଆକଳନ କରାଯାଉଛି।

ଗହମ ରପ୍ତାନୀ ଉପରେ କଟକଣା:

ଚଳିତ ମାସ ଆରମ୍ଭରୁ ଭାରତ ଗହମ ରପ୍ତାନୀ ଉପରେ କଟକଣା ଲଗାଯାଇଛି। ତେବେ ନିର୍ଦ୍ଦେଶ ନାମରେ କିଛି କୋହଳ କରାଯାଇଛି। ଅନ୍ୟଦେଶର ଅନୁରୋଧ କ୍ରମେ ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଗହମ ଯୋଗାଇ ଦିଆଯିବ। କିନ୍ତୁ ଏନେଇ ଭାରତ ସରକାର ନିଷ୍ପତ୍ତି ନେବେ। ଭାରତ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଗହମ ଉତ୍ପାଦନକାରୀ ରାଷ୍ଟ୍ର। ତେଣୁ ଭାରତର ପଦକ୍ଷେପ ବିଶ୍ୱ ବଜାରକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+