ଦେଶରେ 200 କୋଟି ପାର୍ କୋଭିଡ ଟୀକାକରଣ
ଟୀକାକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ବଡ ଉପଲବ୍ଧି । ଦେଶରେ 2ଶହ କୋଟି ପାର କଲା କୋରୋନା ଟୀକାକରଣ।
ନୂଆଦିଲ୍ଲୀ: ଟୀକାକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ ଉପଲବ୍ଧି । ଦେଶରେ 2ଶହ କୋଟି ପାର ହୋଇଛି କୋରୋନା ଟୀକାକରଣ । 18 ମାସ ମଧ୍ୟରେ 2ଶହ କୋଟି ଟୀକାକରଣ ପାର କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି । ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ,''ଦେଶରେ କୋଭିଡ-19 ଟୀକାକରଣ 2କୋଟି ଅତିକ୍ରମ କରିଛି, ଏହା ଭାରତ ପାଇଁ ଏକ ଗର୍ବର ବିଷୟ । ଏହି ସଫଳତା ପାଇଁ ମୁଁ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଉଛି'' ।

ଗତବର୍ଷ ଜାନୁଆରୀ 16ରେ କୋଭିଡ ଟୀକାକରଣ ଡ୍ରାଇଭ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେବେ ଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି । ଏହାପରେ ଜୁନ୍ 2021ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନେ ପରେ ଫେବୃଆରୀ 2ରେ ଫ୍ରଣ୍ଟଲାଇନ କରୋନା ଯୋଦ୍ଧା ହୋଇଥିଲେ ଭ୍ୟାକ୍ସିନେଟେଡ । ପରେ ମାର୍ଚ୍ଚ 1ରୁ 60 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ 1ରୁ 45 ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟୀକା ଦିଆଯାଇଥିଲା ।
କେନ୍ଦ୍ର ସରକାର ମେ' 1 ତାରିଖରୁ 18 ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା । ଏହାପରେ ମାର୍ଚ୍ଚ 16ରେ 12ରୁ 14 ବର୍ଷ ବୟସ୍କଙ୍କ ଆରମ୍ଭ ହୋଇଥିଲା ଟୀକାକରଣ । ଗତ ଶୁକ୍ରବାର ଦେଶରେ 18ରୁ 59ବର୍ଷ ବୟସ୍କଙ୍କ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ । ସରକାରୀ ଟୀକାକରଣ କେନ୍ଦ୍ରରେ 75 ଦିନ ପର୍ଯ୍ୟନ୍ତ ଜାରି ରହିବ ବୁଷ୍ଟର ଡୋଜ ଟୀକାକରଣ ।












Click it and Unblock the Notifications