• search
For Quick Alerts
Turn On Notification  
For Daily Alerts

ତୀବ୍ର ହେଉଛି ତୃତୀୟ ଲହର ଆଶଙ୍କା : ଗତ 24 ଘଣ୍ଟାରେ 45,352 ନୂଆ ସଂକ୍ରମିତ ଚିହ୍ନଟ, 366 ମୃତ

|

ନୂଆଦିଲ୍ଲୀ : ଦେଶରେ ସାମ୍ଭାବ୍ୟ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣ ମାମଲାରେ ପ୍ରତିଦନ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45 ହଜାର 352 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 366 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ 4 ଲକ୍ଷ 39 ହଜାର 895 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

CoronaVirus
ନୂତନ ମାମଲା ଆସିବା ପରେ ଆଜି ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 99 ହଜାର 778 ରହିଛି । 24 ଘଣ୍ଟା ମଧ୍ୟରେ 34 ହଜାର 791 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ତଥ୍ୟ ପରେ ଦେଶରେ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 20 ଲକ୍ଷ 63 ହଜାର 616କୁ ବୃଦ୍ଧି ପାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 45,352 new positive cases in last 24 hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X