କରୋନା ଅପଡେଟ୍: 24 ଘଣ୍ଟାରେ 4777 ନୂତନ ସଂକ୍ରମିତ ଚିହ୍ନଟ
ଦେଶରେ ଧିରେ ଧିରେ କୋରୋନା ମାମଲା ହ୍ରାସ ପାଉଥିବା ଦେଖିବାକୁ ମିଳିଛି । କ୍ରମାଗତ କ୍ରମାଗତ ଦ୍ବିତୀୟ ଦିନରେ 5 ହଜାରରୁ କମ୍ ପଜିଟିଭି ମାମଲା ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଧିରେ ଧିରେ କୋରୋନା ମାମଲା ହ୍ରାସ ପାଉଥିବା ଦେଖିବାକୁ ମିଳିଛି । କ୍ରମାଗତ କ୍ରମାଗତ ଦ୍ବିତୀୟ ଦିନରେ 5 ହଜାରରୁ କମ୍ ପଜିଟିଭି ମାମଲା ପ୍ରକାଶ ପାଇଛି । ଗୋଟିଏ ଦିନରେ ଦେଶବ୍ୟାପୀ ମୋଟ 4,777 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହା 4,912 ଥିବା ବେଳେ ଆଜି ମଧ୍ୟ କମ ରହିଛି । ସେହି ଭଳି ଗତ 24 ଘଣ୍ଟାରେ 23 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

କେବଳ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହୋଇନାହିଁ ବରଂ ଟୀକାକରଣ ମଧ୍ୟ ବଢୁଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 15,63,151 ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ 20 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ପାଇଁ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ମହୋତ୍ସବ ଚଳିତମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ 18 ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।












Click it and Unblock the Notifications