ଗତ 24 ଘଣ୍ଟାରେ 31222 ନୂଆ ରୋଗୀ ଚିହ୍ନଟ, 290 ଜଣଙ୍କର ପ୍ରାଣହାନୀ
ନୂଆଦିଲ୍ଲୀ : ଦେଶରେ ସାମ୍ଭାବ୍ୟ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31 ହଜାର 222 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 290 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 42 ହଜାର 942 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ୍ ମୋଟ 4 ଲକ୍ଷ 41 ହଜାର 42 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 30 ଲକ୍ଷ 58 ହଜାର 843 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ 3 କୋଟି 22 ଲକ୍ଷ 24 ହଜାର 937 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂତନ ମାମଲା ଆସିବା ପରେ ଆଜି ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 92 ହଜାର 864 ରହିଛି ।
କରୋନା ବିରୁଦ୍ଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 69 କୋଟି 90 ଲକ୍ଷ 62 ହଜାର 776 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ 1 କୋଟି 13 ଲକ୍ଷ 53 ହଜାର 571 ଡୋଜ୍ ଟିକା ଦିଆଯାଇଛି । ସେହିପରି ଏହି ସମୟରେ 15 ଲକ୍ଷ 26 ହଜାର 56 ନମୁନା ପରୀକ୍ଷା କରାଯାଇଛି । ଏଯାବତ୍ ମୋଟ 53 କୋଟି 31 ଲକ୍ଷ 89 ହଜାର 348 ନମୁନା ପରୀକ୍ଷା କରାଯାଇଛି ।


Click it and Unblock the Notifications