ବଢୁଛି କରୋନା ଦୈନିକ ସଂକ୍ରମଣ : ଗତ 24ଘଣ୍ଟାରେ 3.06 ଲକ୍ଷ ରୋଗୀ ଚିହ୍ନଟ, 439 ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ଅଣାୟତ ହେବାରେ ଲାଗିଛି କରୋନାର ଦୈନିକ ସଂକ୍ରମଣ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣରେ ଆଖିଦୃଶିଆ ବୃଦ୍ଧି ହେଉଛି । ଏହା ବ୍ୟତୀତ ସକ୍ରିୟ ମାମଲା ମଧ୍ୟ ଅହେତୁକ ବୃଦ୍ଧି ହେବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସରକାରଙ୍କ ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 3 ଲକ୍ଷ 6 ହଜାର 64 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 439 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 2 ଲକ୍ଷ 43 ହଜାର 495 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 22 ଲକ୍ଷ 49 ହଜାର 335 ଜଣ ସକ୍ରିୟ ରୋଗୀ ଅଛନ୍ତି । ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 89 ହଜାର 848 ରେ ପହଞ୍ଚିଛି । ଗତ 24 ଘଣ୍ଟାରେ 2 ଲକ୍ଷ 43 ହଜାର 495 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 95 ଲକ୍ଷ 43ହଜାର 328 କୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ କରୋନା ବିରୋଧର ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 162 କୋଟି 26 ଲକ୍ଷ 7 ହଜାର 516 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 27 ଲକ୍ଷ 56 ହଜାର 364 ଡୋଜ୍ ଟିକା ଦିଆଯାଇଛି ।