କମୁନି ଦୈନିକ ସଂକ୍ରମଣ ସଂଖ୍ୟା : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2841 ରୋଗୀ, 9 ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 2841 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 9 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 3295 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ 18 ହଜାର 604 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 16 ହଜାର 254 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 73 ହଜାର 460 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 190 ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 190 କୋଟି 99 ଲକ୍ଷ 44 ହଜାର 803 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 03 ହଜାର 220 ଡୋଜ୍ ଟିକା ଦିଆଯାଇଛି ।