କରୋନା ଅପଡେଟ୍ : କମୁନି ଦୈନିକ ସଂକ୍ରମଣ, 24 ଘଣ୍ଟାରେ 15 ସଂକ୍ରମିତଙ୍କ ମୃତ୍ୟୁ
କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତ ସୋମବାର ୨,୪୨୪ ଟି ନୂତନ ସଂକ୍ରମଣରେ ମୋଟ କୋଭିଡ ମାମଲା ସଂଖ୍ୟା ୪,୪୬,୧୪,୪୩୭ରେ ପହଞ୍ଚିଛି ।
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତ ସୋମବାର 2,424 ଟି ନୂତନ ସଂକ୍ରମଣରେ ମୋଟ କୋଭିଡ ମାମଲା ସଂଖ୍ୟା 4,46,14,437ରେ ପହଞ୍ଚିଛି । ଏଥିସହିତ ସକ୍ରିୟ ମାମଲା 28,079କୁ ହ୍ରାସ ପାଇଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 15 ଟି ନୂତନ କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ଦ୍ୱାରା ମୋଟ ମୃତ୍ୟୁ ସଂଖ୍ୟା 5,28,814 ରେ ପହଞ୍ଚିଛି। ଏହି ସକ୍ରିୟ ମାମଲାଗୁଡ଼ିକ ସମୁଦାୟ ସଂକ୍ରମଣର ୦.୦୬ ପ୍ରତିଶତ ଥିବାବେଳେ ଜାତୀୟ କୋଭିଡ-19 ସୁସ୍ଥ ହାର 98.75 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ କହିଛି। ସକ୍ରିୟ କୋଭିଡ-19 କେସଲୋଡରେ 24 ଘଣ୍ଟା ମଧ୍ୟରେ 514 ଟି ମାମଲାର ହ୍ରାସ ରେକର୍ଡ କରାଯାଇଛି।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 218 କୋଟି 99 ଲକ୍ଷ 72 ହଜାର 644 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 1 ଲକ୍ଷ 84 ହଜାର 540 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications