ସତର୍କ ରୁହନ୍ତୁ: ପ୍ରତିଦିନ ଦେଶରେ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା

ସତର୍କ ରୁହନ୍ତୁ: ପ୍ରତିଦିନ ଦେଶରେ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା

Covid 19: ଚୀନ ଏବଂ ଆମେରିକା ସହିତ ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ମଧ୍ୟ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 228 ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହା ସହିତ ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା 2,503 କୁ ବୃଦ୍ଧି ପାଇଛି ।

 Covid Cases

ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ 275 ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ରହିଛି । ଯାହା ପରେ ମୋଟ୍ 4,41,46,330 ସୁସ୍ଥ ହୋଇଛନ୍ତି । ଏହା ସହିତ ଜାତୀୟ ଆରୋଗ୍ୟ ହାର ବର୍ତ୍ତମାନ 98.8 ପ୍ରତିଶତ ଏବଂ ସକ୍ରିୟ ମାମଲା 0.01 ପ୍ରତିଶତ ରହିଛି ।

ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦୈନିକ ପଜିଟିଭ୍ ହାର 0.11 ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭ୍ ହାର 0.12 ପ୍ରତିଶତ ରହିଛି ।ସୂଚନାନୁସାରେ, ଦେଶରେ ମୋଟ 91.17 କୋଟି କରୋନା ଟେଷ୍ଟିଂ ହୋଇସାରିଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ 1,99,731ଟି ଟେଷ୍ଟିଂ କରାଯାଇଛି । ଅନ୍ୟପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ 46,450 ଟିକାକରଣ ହୋଇଥିବା ନେଇ ସୂଚନା ରହିଛି ।

କରୋନାର ନୂଆ ଭାରିଏଣ୍ଟ ପାଇଁ ଚାଇନାରେ ଆତଙ୍କ ଖେଳିଯାଇଛି, ଯେଉଁ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା କେନ୍ଦ୍ର ମଧ୍ୟ ଅତ୍ୟନ୍ତ ସତର୍କ ଅଛନ୍ତି । ଦେଶରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଚୀନ୍, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଭାରତ RT-PCR ଟେଷ୍ଟିଂ ରିପୋର୍ଟକୁ ବାଧ୍ୟତାମୂଳକ କରିଛି । ଭାରତ ଆସିବାର 72 ଘଣ୍ଟା ପୂର୍ବରୁ ଟେଷ୍ଟିଂ ବାଧ୍ୟତାମୂଳକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+