ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ ନୂଆ ସଂକ୍ରମିତ ଚିହ୍ନଟ

Corona Update India: ଚାଇନା, ହଂକଂ ଏବଂ ଅନ୍ୟାନ୍ୟ ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହି ଦେଶ ତୁଳନାରେ ଭାରତରେ କୋଭିଡ -19 ମାମଲାରେ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 214 ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ଆକଟିଭ୍ କେଶ 2,509 କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 204 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ମୋଟ୍ 4,41,46,534 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ବର୍ତ୍ତମାନ 98.8 ପ୍ରତିଶତ ରହିଛି ।

corona

ଦେଶରେ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 220.13 କୋଟି ଟିକା ଦିଆଯାଇସାରିଛି । ଯେଉଁଥିରେ 95.14 କୋଟି ଦ୍ୱିତୀୟ ଡୋଜ୍ ଏବଂ 22.42 କୋଟି ବୁଷ୍ଟର୍ ଡୋଜ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ -19 ର ସ୍ଥିତି ଏବଂ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ କରିଛନ୍ତି । ମାଣ୍ଡୋଭିୟା କ୍ରମାଗତ ଭାବରେ କରୋନା ପରିସ୍ଥିତି ଉପରେ ନଜର ରଖିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 56,997 ଜଣ ଟିକା ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ 91.19 କୋଟି ନମୁନା ପରୀକ୍ଷଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 1,88,768ଟି ଟେଷ୍ଟିଂ କରାଯାଇଛି ।

କରୋନାର ନୂତନ ପ୍ରକାର BF.7 ହେତୁ ଚାଇନାର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡୁଛି । ରୋଗୀଙ୍କୁ ଡାକ୍ତରଖାନାରେ ବେଡ୍ ମିଳୁନାହିଁ ତ ଅନ୍ୟ ପଟେ ଔଷଧ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି । କରୋନାର ଏହି ନୂଆ ଭାରିଆଣ୍ଟ ଚାଇନାରେ ବହୁତ ଦ୍ରୁତ ଗତିରେ ବ୍ୟାପୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+