କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୩୧,୦୦୦ ତଳେ ରହିଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
Corona Update: ଗତକାଲି ତୁଳନାରେ ଆଜି କରୋନା ସଂକ୍ରମଣ ମାମଲା ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ, କରୋନାର 2 ହଜାର 961 ନୂତନ କରୋନା ମାମଲା ରେକର୍ଡ କରାଯାଇଛି । ସେହିପରି 31,000 ତଳେ ରହିଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।
ଏଥି ସହିତ ଗତକାଲି ତୁଳନାରେ ଆଜି ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା 2,961 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 4,47,67,250ରେ ପହଞ୍ଚିଛି । ଏଥିସହ କରୋନା ସଂକ୍ରମଣ ହେତୁ ଆଉ 17 ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 5,31,659କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ, ଦେଶର ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟା ମଧ୍ୟରେ 142ଟି ନୂଆ କରୋନା ଭାଇରସଜନିତ ନୂତନ ସଂକ୍ରମଣ
ରେକର୍ଡ କରାଯାଇଛି । କରୋନାରୁ 504 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ 1290 ସକ୍ରିୟ କରୋନା ମାମଲା ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, COVID-19 ପୁନରୁଦ୍ଧାର ହାର 98.75 ପ୍ରତିଶତ ରେକର୍ଡ ହୋଇଥିବାବେଳେ ମୃତ୍ୟୁହାର 1.18 ପ୍ରତିଶତ ରେକର୍ଡ କରାଯାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଦେଶରେ ବର୍ତ୍ତମାନ ସୁଦ୍ଧା 220.66 କୋଟି ଡୋଜ କୋଭିଡ ଟିକା ଦିଆଯାଇଛି ।












Click it and Unblock the Notifications