• search
For Quick Alerts
Turn On Notification  
For Daily Alerts

କମିଲା କରୋନା ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ 2.55 ଲକ୍ଷ ରୋଗୀ ଚିହ୍ନଟ, 614 ଜଣଙ୍କର ମୃତ୍ୟୁ

|

ନୂଆଦିଲ୍ଲୀ : ଅଣାୟତ ହେବାରେ ଲାଗିଛି କରୋନାର ଦୈନିକ ସଂକ୍ରମଣ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣରେ ଆଖିଦୃଶିଆ ବୃଦ୍ଧି ହେବା ପରେ ଆଦା ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏହା ବ୍ୟତୀତ ସକ୍ରିୟ ମାମଲା ମଧ୍ୟ ଅହେତୁକ ବୃଦ୍ଧି ହେବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଛି ।

CoronaVirus

କେନ୍ଦ୍ର ସରକାରଙ୍କ ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2 ଲକ୍ଷ 55 ହଜାର 874 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 614 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 2 ଲକ୍ଷ 67 ହଜାର 753 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 22 ଲକ୍ଷ 36 ହଜାର 842 ଜଣ ସକ୍ରିୟ ରୋଗୀ ଅଛନ୍ତି । ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 90 ହଜାର 462 ରେ ପହଞ୍ଚିଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 97 ଲକ୍ଷ 99 ହଜାର 202 କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ମୋଟ 3 କୋଟି 70 ଲକ୍ଷ 71 ହଜାର 898 ଜୋଣ ସୁସ୍ଥ ହୋଇସାରିଛନ୍ତି ।

ସେହିପରି ଦେଶରେ କରୋନା ବିରୋଧର ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 162 କୋଟି 92 ଲକ୍ଷ 9 ହଜାର 308 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 62 ଲକ୍ଷ 29 ହଜାର 956 ଡୋଜ୍ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 2.55 lakh covid cases in last 24 Hours, Active cases crosses 22 lakh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X