ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ, ୨୮ ହାଜର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୫,୧୮୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏହା ସହିତ, ବର୍ତ୍ତମାନ ସକ୍ରିୟ ମାମଲା ୨୭,୨୧୨କୁ ବୃଦ୍ଧି ପାଇଛି । ତେବେ ସଂକ୍ରମଣ ସଂଖ୍ୟା ଅପେକ୍ଷା ସୁସ୍ଥ ହାର୍ ଅଧିକ ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ଟି ନୂଆ ମାମଲା ରେକର୍ଡ କରାଯାଇଛି । ଯାହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯,୬୯,୬୩୦ରେ ପହଁଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଯାହାପରେ କୋଭିଡ୍-୧୯ ଜନିତ ମୃତ୍ୟୁ ସଂଖ୍ୟା ୫,୩୧, ୬୮୦କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୪,୧୦,୭୩୮ । ଦେଶର ସୁସ୍ଥତା ହାର ୯୮.୭୫ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସଂଧ୍ୟା ୬ଟା
ସୁଦ୍ଧା ମୋଟ୍ ୨,୨୦,୬୬,୭୯,୨୯୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।












Click it and Unblock the Notifications