India Covid Update: 24 ଘଣ୍ଟାରେ 19,673 ନୂଆ ସଂକ୍ରମିତ ଚିହ୍ନଟ , 45 ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 19,673 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ 45 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 19,336 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ ସାରା ଦେଶକୁ ଭୟଭୀତ କରି ରଖିଛି ମହାମାରୀ କରୋନା । ବର୍ତ୍ତମାନ ବି କୋରୋନା ଭୟ ଲୋକଙ୍କ ମନରୁ ଯାଇନି । କେବେ କେବେ ସଂକ୍ରମଣ କମୁଛି ତ ଆଉ କେବେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 19,673 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ 45 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 19,336 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,33,49,778କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ପାଖାପାଖି ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,43,676ରେ ପହଞ୍ଚିଛି । ଏବେ ସୁଦ୍ଧା ସମୁଦାୟ 5,26,357 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 204 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 31,36,029 ଜଣଙ୍କୁ ଟିକା ଦିଆଯାଇଛି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) କହିଛି ଯେ ଆସାମରେ 520 ଟି ତାଜା କୋଭିଡ-19 ମାମଲା ଆସିଛି। ଦୁଇ ଦିନର ବ୍ୟବଧାନ ପରେ ଗତ 24 ଘଣ୍ଟା ମଧ୍ୟରେ ତିନସୁକିଆ ଜିଲ୍ଲାରେ ଗୋଟିିଏ କୋଭିଡ୍ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ଦିନ ମୋଟ 8,112ଟି ନମୁନା ପରୀକ୍ଷା ପରେ 6.41 ପ୍ରତିଶତ ପଜିଟିଭ ମାମଲା ରହିଥିବା ସୂଚନା ରହିଛି ଏଥିସହ ଏଠାରେ କୋଭିଡ ମାମଲା 7,38,946 ରହିଛି ।












Click it and Unblock the Notifications