୨ ହଜାର ତଳେ ଦେଶର ଦୈନିକ କରୋନା ସଂକ୍ରମଣ
ନୂଆଦିଲ୍ଲୀ:ଦେଶରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ 2 ହଜାର ତଳେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 20,000 ତଳକୁ ଚାଲି ଆସିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 1 ହଜାର 690 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 4,49,76,599କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟାରେ 12 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଫଳରେ ଦେଶରେ କୋଭିଡ୍-19 ଜନିତ ମୃତ୍ୟୁ ସଂଖ୍ୟା 5,31,736କୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା 19,613କୁ ହ୍ରାସ ପାଇଛି । ଗତକାଲି ସଂଧ୍ୟା 6ଟା ସୁଦ୍ଧା ସମୁଦାୟ 2,20,66,86,764 ହିତାଧିକାରୀ ଟିକା ନେଇଛନ୍ତି ।












Click it and Unblock the Notifications