କରୋନା ଅପଡେଟ୍ : 24 ଘଣ୍ଟାରେ 12608 ନୂତନ ସଂକ୍ରମିତ ଚିହ୍ନଟ
ଦୁଇ ଦିନ ହେଲା ସଂକ୍ରମଣ ମାମଲା କମିବା ପରେ ଆଜି ପୁଣି ଥରେ 10 ହଜାର ପାର ହୋଇଛି ପଜିଟିଭ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 12,608 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ: ଦେଶରେ କମିବାର ନାଁ ଧରୁନି କରୋନା ମାମଲା । ଦିନକୁ ଦିନ ଆହୁରି ବଢୁଛି କୋରୋନା ସଂକ୍ରମଣ । ଦୁଇ ଦିନ ହେଲା ସଂକ୍ରମଣ ମାମଲା କମିବା ପରେ ଆଜି ପୁଣି ଥରେ 10 ହଜାର ପାର ହୋଇଛି ପଜିଟିଭ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 12,608 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ 72 ଜଣଙ୍କ ପ୍ରାଣ ନେଇଛି ଏହି ଭୂତାଣୁ। ସେହିପରି ଦିନକରେ 16,251ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,36,70,315କୁ ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,01,343ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 3.48%ରହିଛି ।
ଏବେ ସୁଦ୍ଧା ସମୁଦାୟ 5,27,206 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ 208 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 38,64,471 ଜଣଙ୍କୁ ଟିକା ଦିଆଯାଇଛି । ହେଲେ ବି ସଂକ୍ରମଣରେ ଲାଗୁନି ଲଗାମ ।












Click it and Unblock the Notifications