କୋଭିଡ୍ ଅପଡେଟ୍: 24 ଘଣ୍ଟାରେ 1,604 ତାଜା ମାମଲା ଚିହ୍ନଟ, 8 ଜଣଙ୍କ ମୃତ୍ୟୁ
କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 5,29,016କୁ ବୃଦ୍ଧି ପାଇଛି ଏବଂ ଗତ 24 ଘଣ୍ଟାରେ 8ଟି ମୃତ୍ୟୁ ରେକର୍ଡ କରାଯାଇଛି।
ନୂଆଦିଲ୍ଲୀ: ଗୋଟିଏ ଦିନରେ କରୋନା ସଂକ୍ରମଣ ପାଇଁ ନୂତନ 1,604 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ କୋଭିଡ ମାମଲାର ସଂଖ୍ୟା 4,46,52,266କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ଗୁଡ଼ିକ 18,317 କୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ରବିବାର ପ୍ରକାଶ ପାଇଛି।
କରୋନା ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା 5,29,016କୁ ବୃଦ୍ଧି ପାଇଛି ଏବଂ ଆଠଟି ମୃତ୍ୟୁ ରେକର୍ଡ କରାଯାଇଛି । ଯେଉଁଥିରେ କେରଳ ଦ୍ୱାରା ସମନ୍ୱୟ ହୋଇଥିବା ତିନୋଟି ମାମଲା ଅନ୍ତର୍ଭୁକ୍ତ । ଏହା ସକାଳ 8 ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଦର୍ଶାଉଛି। ପାଞ୍ଚଟି ନୂତନ ମୃତ୍ୟୁ ମଧ୍ୟରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଦୁଇଟି ଏବଂ ମିଜୋରାମରେ ଗୋଟିଏ ଲେଖାଏଁ ରେକର୍ଡ କରାଯାଇଥିଲା।

24 ଘଣ୍ଟା ମଧ୍ୟରେ ସକ୍ରିୟ କୋଭିଡ-19 କେସଲୋଡରେ 485 ଟି ମାମଲା ହ୍ରାସ ରେକର୍ଡ କରାଯାଇଛି ବୋଲି ତଥ୍ୟରୁ ଜଣାପଡିଛି। ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4,41,ଦ4,933କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଦେଶବ୍ୟାପୀ କୋଭିଡ-19 ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶରେ 219,63 କୋଟି ଟିକା ଦିଆଯାଇଛି।












Click it and Unblock the Notifications