ପାକିସ୍ତାନୀଙ୍କୁ ଭାରତ ମନା, ସିନ୍ଧୁ ଜଳ ଚୁକ୍ତି ବାତିଲ

ପହଲଗାମ୍‌ ନରସଂହାର ଘଟଣାକୁ ନେଇ ଦେଶ ସ୍ତବ୍ଧ ପାଲଟି ଯାଇଥିବାବେଳେ ଆଜି ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି । ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ ଉଚ୍ଚସ୍ତରୀୟ କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକ ହୋଇଥିଲା । ତେବେ ଏହି ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍‌ କରି ପାକିସ୍ତାନ ଉପରେ ନିଆଯାଇଥିବା କଡ଼ା ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

India rejects Pakistani offer cancels Indus Water Treaty

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ ।

➡ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ବାତିଲ କରିବାକୁ ଘୋଷଣା କରିଛି ଭାରତ ।

➡ଅଟାରୀ-ୱାଘା ସୀମାକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଛି ଭାରତ ।

➡ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ ।

➡ଭାରତ ସରକାର ଦୂତାବାସ କର୍ମଚାରୀ ସଂଖ୍ୟା ୫୫ ରୁ ୩୦କୁ ହ୍ରାସ ନିଷ୍ପତ୍ତି ।

➡ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ଦେବାରେ ରୋକ ଲଗେଇଛନ୍ତି କେନ୍ଦ୍ର ସରକାର ।

➡ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରୁ ନିଜର ପ୍ରତିରକ୍ଷା, ନୌସେନା ଓ ବାୟୁ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିବ ଭାରତ ।

➡ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ହାଇକମିସନରେ ପ୍ରତିରକ୍ଷା, ସାମରିକ, ନୌସେନା ଏବଂ ବାୟୁ ପରାମର୍ଶଦାତା ଭାରତ ଛାଡିବା ପାଇଁ ଏକ ସପ୍ତାହ ସମୟ ପାଇବେ ।

➡ପହଲଗାମ ଆକ୍ରମଣ କୁ ନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ ବସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+