CORONA UPDATE : 24 ଘଣ୍ଟାରେ 17135 କୋଭିଡ ସଂକ୍ରମିତ ଚିହ୍ନଟ, 47 ମୃତ
ଗତ 24 ଘଣ୍ଟା ମଧ୍ୟରେ 17 ହଜାର 135 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 47 ଜଣଙ୍କ ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ: ଦିନକୁ ଦିନ ବଦଳୁଛି କରୋନା ଗ୍ରାଫ । କେବେ ସଂକ୍ରମଣ ବେଶୀ ରହୁଥିବା ବେଳେ କେବେ ବହୁତ କମ ରହୁଛି । ଗତକାଲି ଚିହ୍ନଟ ସଂକ୍ରମିତଠୁ ଆଜି ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 17 ହଜାର 135 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 47 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 4,40,67,144କୁ ବୃଦ୍ଧି ପାଇଛି । ଏଥିସହିତ ଦେଶରେ ମୋଟ 1,37,057 ସକ୍ରିୟ ମାମଲା ରହିଛି ।

ଦୈନିକ ପଜେଟିଭ ହାର 3.69 ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜେଟିଭ ହାର 4.67 ପ୍ରତିଶତ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା 4,34,03,610 ଜଣ କୋଭିଡରୁ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର 1.2% ରେକର୍ଡ କରାଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶବ୍ୟାପୀ କୋଭିଡ ଟୀକାକରଣ ଡ୍ରାଇଭ ଜୋରଦାର ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଦେଶରେ 204.84 କୋଟି ଡୋଜ କୋଭିଡ ଟିକା ଦିଆଯାଇଛି ।
12 ରୁ 14 ବର୍ଷ ବୟସର ପ୍ରାୟ 0.60 ଲକ୍ଷ ଲୋକ ସେମାନଙ୍କର ପ୍ରଥମ ଡୋଜ୍ ପାଇଥିବା ବେଳେ 1.03 ଲକ୍ଷ ଲୋକ ସେମାନଙ୍କର ଦ୍ୱିତୀୟ ଡୋଜ୍ ପାଇଥିଲେ । ମେଘାଳୟରେ ସର୍ବାଧିକ ଦୈନିକ ପଜିଟିଭ ହାର 23.86 ପ୍ରତିଶତ ବୋଲି ସୂଚନା ମିଳିଛି। ଏହା ପରେ ସିକିମ 13.70 ପ୍ରତିଶତ ଏବଂ ହିମାଚଳ ପ୍ରଦେଶ 13.57 ପ୍ରତିଶତ।












Click it and Unblock the Notifications