ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ପ୍ରଥମ ଥର ସ୍ୱୀକାର କଲା ଭାରତ

କାବୁଲ ଓ ନୂଆଦିଲ୍ଲୀ ମଧ୍ୟରେ ନୂଆ ସମ୍ପର୍କର ଅଧ୍ୟାୟ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ ରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକୀଙ୍କୁ ଭେଟିଛନ୍ତି ଭାରତୀୟ ସମକକ୍ଷ ଏସ.ଜୟଶଙ୍କର। ଏହି ସାକ୍ଷାତ ଆଲୋଚନା କାଳରେ ଜୟଶଙ୍କର ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ସ୍ୱୀକାର କରିଛନ୍ତି। ୨୦୨୧ ମସିହା ପରେ ଏହା ପ୍ରଥମ ଥର ଯେତେବେଳେ ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ଭାରତ ପୂର୍ଣ୍ଣ ସମର୍ଥନ କରିଛି। ଏହି ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରୀ କାବୁଲରେ ଦୂତାବାସ ଖୋଲାଯିବା ନେଇ ଅଧିକାରୀକ ଘୋଷଣା କରିଛନ୍ତି।

Afghanistan

ମୁତ୍ତକୀଙ୍କ ସହ ବୈଠକରେ ଜୟଶଙ୍କର କହିଛନ୍ତି ଯେ ଭାରତ ସର୍ବଦା ଆଫଗାନିସ୍ତାନର ସହଯୋଗ କରି ଆସିଛି। ଏଣୁ ଆଫଗାନିସ୍ତାନ ଆମଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଆଫଗାନିସ୍ତାନ ଆତଙ୍କବାଦ ବିରୋଧରେ ଆମ ଲଢେଇରେ ସାଥ ଦେଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଆଫଗାନିସ୍ତାନ ନିନ୍ଦା କରିଥିଲା। ଆଫଗାନିସ୍ତାନରେ ଏବେ ଋଷିଆ ଓ ପାକିସ୍ତାନ ଆଦି ଦେଶଙ୍କ ଦୂତାବାସ ରହିଛି। କାବୁଲରେ ଭାରତର ଉଚ୍ଚାୟୁକ୍ତ ରହିଛି ହେଲେ ଏହା ଦୂତାବାସରେ ପରିବର୍ତ୍ତିତ ହୋଇପାରି ନଥିଲା। ଦେଶରେ ତାଲିବାନ ଶାସନ ଆସିବା ପରଠାରୁ ଭାରତ ନିରବୀ ଯାଇଥିଲା। ହେଲେ ଏବେ ଆଫଗାନିସ୍ତାନରେ ଭାରତର ଦୂତାବାସ ଖୋଲିବ।

ଏହି ଅବସରରେ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନରେ ବିକାଶ ଓ ମାନବୀୟ ସହାୟତାର କାମ ଭାରତ ଜାରି ରଖିବ। ଏହା ଛଡା ଆଫଗାନିସ୍ତାନରେ ଯେଉଁପ୍ରକଳ୍ପ ପାଇଁ ଭାରତ ଘୋଷଣା କରିଥିଲା ସେଗୁଡିକୁ ଆମେ ପୁଣି ଥରେ ଆରମ୍ଭ କରିବାକୁ ଏବେ ପ୍ରସ୍ତୁତ। ଏହି ସାକ୍ଷାତ ଆଲୋଚନା କାଳରେ ଆଫଗାନିସ୍ତାନକୁ ଭାରତ ୨୦ଟି ଆମ୍ବୁଲାନ୍ସ ଓ କାବୁଲ ହସ୍ପିଟାଲ ନିମନ୍ତେ ଅନ୍ୟ ଚିକିତ୍ସା ଉପକରଣ ସହାୟତା ଘୋଷଣା ହୋଇଛି।

ବୈଠକରେ ଆଫଗାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକୀ କହିଛନ୍ତି ଯେ ଆଫଗାନିସ୍ତାନର ପ୍ରତ୍ୟେକ ବିପଦରେ ଭାରତ ଛିଡା ହୋଇଛି। ଆଫଗାନ ଲୋକଙ୍କ ପ୍ରତି ଭାରତର ମିତ୍ରବତ ବ୍ୟବହାର ସ୍ଥାୟୀ ଓ ଦୃଢ ହେବ। ଆମେ ଭାରତ ବିରୋଧରେ କୌଣସି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବୁନି। ଏସ. ଜୟଶଙ୍କରଙ୍କ ସହ ଦୁଇ ଦେଶ କ୍ରସବର୍ଡର ଟେରରିଜିମ ନେଇ ମଧ୍ୟ ଆଲୋଚନା ହୋଇଛି। ମୁତ୍ତକୀ ତାଲିବାନ ଶାସନର ପ୍ରଥମ ବିଦେଶ ମନ୍ତ୍ରୀ ଯିଏ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ତେବେ ନୂଆ ଦିଲ୍ଲୀ ଗସ୍ତ ପୂର୍ବରୁ ମୁତ୍ତକୀ ତାଲିବାନ ଶୀର୍ଷ ନେତା ଅଖୁଂଜଦାଙ୍କୁ ଭେଟିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+