Budget 2025: ଗ୍ରାମୀଣ ଅର୍ଥନୀତି ପାଇଁ ଏକ ପରିବର୍ତ୍ତନକାରୀ ଭାବରେ କାର୍ଯ୍ୟ କରିବ ଇଣ୍ଡିଆ ପୋଷ୍ଟ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ବର୍ଷର ବଜେଟ୍ ଉପସ୍ଥାପନ କରିବାବେଳେ କହିଛନ୍ତି ଯେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ପାଇଁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଏବଂ ଏବଂ ୨.୪ ଲକ୍ଷ ଡାକ ସେବକଙ୍କ ଏକ ବିଶାଳ ନେଟୱାର୍କ ସହିତ ଇଣ୍ଡିଆ ପୋଷ୍ଟକୁ ପୁନଃ ସ୍ଥାପିତ କରାଯିବ।
ଅର୍ଥମନ୍ତ୍ରୀ ଏହା ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ଇଣ୍ଡିଆ ପୋଷ୍ଟର ବିସ୍ତାରିତ ସେବାଗୁଡିକ ଏଥିରେ ଅନ୍ତର୍ଭୁକ୍ତ ହେବ:
୧) ଗ୍ରାମୀଣ ଗୋଷ୍ଠି କେନ୍ଦ୍ର
୨) ଅନୁଷ୍ଠାନ ଆକାଉଣ୍ଟ ସେବା;
୩) ଡିବିଟି, ଟଙ୍କା ଉଠାଣ ଏବଂ ଇଏମଆଇ ପିକ୍ ଅପ୍;
୪) ଅଣୁ ଉଦ୍ୟୋଗଗୁଡିକ ପାଇଁ ଋଣ ସେବା;
୫) ବୀମା; ଏବଂ
୬) ଡିଜିଟାଲ୍ ସେବାଗୁଡିକୁ ସହାୟତା

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡିଆ ପୋଷ୍ଟ ମଧ୍ୟ ଏକ ବୃହତ ସାଧାରଣ ଲଜିଷ୍ଟିକ୍ ସଂଗଠନ ଭାବରେ ରୂପାନ୍ତରିତ ହେବ । ଏହା ବିଶ୍ୱକର୍ମା, ନୂତନ ଉଦ୍ୟୋଗୀ, ମହିଳା, ସ୍ବୟଂ ସହାୟକ ଗୋଷ୍ଠୀ, ଏମ୍ଏସ୍ଏମ୍ଇ ଏବଂ ବୃହତ ବ୍ୟବସାୟ ସଂଗଠନର ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବ ।
କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ସେବା ଗଭୀର ଏବଂ ବ୍ୟାପକ ହେବ।












Click it and Unblock the Notifications