କେମିତି ପଠାଇବେ ରାକ୍ଷୀ ନିର୍ଦ୍ଦେଶାନାମା ଜାରି କଲା ଇଣ୍ଡିଆ ପୋଷ୍ଟ

ରାକ୍ଷୀ ପଠାଇବା ପାଇଁ ନିର୍ଦ୍ଦେଶାନାମା ଜାରି କଲା ଇଣ୍ଡିଆ ପୋଷ୍ଟ । ରାଖୀ ପୂର୍ଣ୍ଣିମା ଚଳିତବର୍ଷ ଅଗଷ୍ଟ ୧୯ରେ ପାଳନ କରାଯିବ। ଦୂରରେ ରହିଥିବା ଭଉଣୀ ଭାଇକୁ ରାଖୀ ପଠାଇବା ପାଇଁ ଏବେଠାରୁ ଆଗ୍ରହ ପ୍ରକାଶ କଲେଣି।

rakhya bandhan

ତେବେ ରାଖୀ ପଠାଇବା ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଇଣ୍ଡିଆ ପୋଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି। ଇଣ୍ଡିଆ ପୋଷ୍ଟ ସୂଚନାନୁସାରେ ବିଦେଶକୁ ରାଖୀ ପଠାଇବାକୁ ଚାହଁଥିତ୍ବା ବ୍ୟକ୍ତି ଜୁଲାଇ ୩୧ ପୂର୍ବରୁ ପଠାଇଦେବା ଜରୁରୀ।
ଇଣ୍ଡିଆ ପୋଷ୍ଟ ଶୁକ୍ରବାର ଏକ ବିବୃତିରେ କହିଛି, ଇଣ୍ଟରନ୍ୟାଶନନାଲ ମେଲ୍‌ ସର୍ଭିସ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛି।

ପରିବହନ ସମୟରେ ରାଖୀ ହଜିବା ବା ଭୁଲ୍‌ ଠିକଣାରେ ନ ପହଞ୍ଚତ୍ବା ପାଇଁ ଠିକଣା ଠିକ୍‌ ଓ ସ୍ପଷ୍ଟ ଭାବରେ ଲେଖିବା ସହ ଠିକ୍‌ ଜିପ୍‌ କୋଡ୍‌ ଏବଂ ପୋଷ୍ଟ କୋଡ୍‌ ସହ ମୋବାଇଲ ନମ୍ବର ଉଲ୍ଲେଖ ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ପରିବହନ ସମୟରେ କ୍ଷୟକ୍ଷତିରୁ ବର୍ତ୍ତିବା ପାଇଁ ରାଖୀକୁ ଭଲ ଭାବରେ ପ୍ୟାକେଜିଂ କରିବାକୁ ପରାମର୍ଶ ଦିଆଯାଇଛି। କଷ୍ଟମ କ୍ଲିୟରାନ୍ସରେ ଏହା କୌଣସି ଅସୁବିଧା ସୃଷ୍ଟି କରିବନାହିଁ ।

ସେହିପରି ରାଖୀ ପ୍ୟାକେଟରେ ଜ୍ୱଳନଶୀଳ ପଦାର୍ଥ, ତରଳ ପଦାର୍ଥ କିମ୍ବା ନଷ୍ଟ ହୋଇଯାଉଥିବା ଜିନିଷ ଆଦି ନିଷିଦ୍ଧ ସାମଗ୍ରୀ ନ ପଠାଇବା ପାଇଁ କୁହାଯାଇଛି। କଷ୍ଟମ କ୍ଲିୟରାନ୍ସ ଏବଂ ପାର୍ସଲ ବିତରଣରେ ଉତ୍ତମ ସୁବିଧା ପାଇଁ ରାଖୀ ସମ୍ବନ୍ଧୀୟ ସାମଗ୍ରୀ ପାଇଁ ହର୍ମୋନାଇଜ୍‌ଡ ସିଷ୍ଟମ କୋଡ୍‌ (ଏଚ୍‌ଏସ୍‌ କୋଡ୍‌) କୋଡ୍‌ ଉଲ୍ଲେଖ କରିବା ପାଇଁ କୁହାଯାଇଛି। ଏହି କ୍ରମରେ ରାଖୀ, ଅଳଙ୍କାର, ମିଠା, ଚକୋଲେଟ୍‌, କାର୍‌ମେଲ, ଗ୍ରିଟିଂସ୍‌ କାର୍ଡ ଆଦି ପାଇଁ ଭିନ୍ନ ଭିନ୍ନ ଏଚ୍‌ଏସ୍‌ କୋଡ୍‌ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+