'ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବା ଦିଗରେ ଭାରତ ଅଗ୍ରସର ହେଉଛି'

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହେଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ରିଲିଫ୍‍ କମିଶନ୍‍ର ଏବଂ ବିପର୍ଯ୍ୟୟ ପ୍ରସମନ ବାହିନୀର ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଏହି ମତବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି, ବିପର୍ଯ୍ୟୟ ସମ୍ପର୍କିତ ପ୍ରାକ୍‍ ସତର୍କ ସୂଚନା ବିକଶିତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହାଦ୍ୱାରା ଜନସାଧାରଣଙ୍କୁ ଠିକ୍‍ ସମୟରେ ସଚେତନ କରାଯିବା ସହିତ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ସଫଳତାର ସହ ସମ୍ପନ୍ନ କରାଯାଇପାରୁଛି ।

ଯେତେବେଳେ ବି ଭାରତର ବିପର୍ଯ୍ୟୟ ପ୍ରସମନ ଇତିହାସ ଲେଖାଯିବ ସେଥିରେ ମୋଦୀ ସରକାରଙ୍କ ଏହି ୧୦ବର୍ଷକୁ ଏକ ରୂପାନ୍ତରିକରଣ ଦଶନ୍ଧି ଭାବେ ଅଭିହିତ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି । ସେ କହିଛନ୍ତି, ବିପର୍ଯ୍ୟୟ ସମୟରେ ଶୂନ୍ୟ ଜୀବନହାନୀକୁ ସୁନିଶ୍ଚିତ କରିବା ଉପରେ ଭାରତ ପ୍ରାଥମିକତା ଦେଇ ସବର୍ଦା କାର୍ଯ୍ୟ କରିଥାଏ ।

AMIT SHAH

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପ୍ରସମନ ବାହିନୀ ତଥା ରାଜ୍ୟ ବିପର୍ଯ୍ୟୟ ପ୍ରସମନ ବାହିନୀର ସଫଳ
କାର୍ଯ୍ୟ ଯୋଗୁଁ ଏହି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଶ୍ରୀ ଶାହା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+