ଗୋଟିଏ ମଞ୍ଚରେ ମୋଦୀ- ଶେହବାଜ
ଚୀନ୍ରେ ଶଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀ ବେଳେ ଗୋଟିଏ ଫ୍ରେମରେ ବିଶ୍ବର ବହୁ ନେତା। ଗୋଟିଏ ମଞ୍ଚରେ ମୋଦୀ- ଶେହବାଜ । ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରୁ ସାମ୍ନାକୁ ଆସିଥିବା ଫଟୋରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଏବଂ ଅନ୍ୟ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛନ୍ତି। ତିୟାନଜିନ୍ରେ ସ୍ବାଗତ ସମାରାହରେ ଏହି ନେତାଙ୍କୁ ଏକ ଗୋଟିଏ ଫଟୋ ଫ୍ରେମରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ଏବେ ଏହି ଫଟୋ ସାରା ଦୁନିଆରେ ଭାଇରାଲ ହେଉଛି। ରାଜନୈତିକ ବିଶ୍ଲେଷକ ଏହାର ଅର୍ଥ ବୁଝିବାରେ ଲାଗିପଡିଛନ୍ତି। କୁହାଯାଉଛି ଯେ, ଏହି ଫଟୋ ଆମେରିକା ସହ ଅନ୍ୟ ଶକ୍ତିଶାଳୀ ଦେଶକୁ କଡା ବର୍ତ୍ତା ଦେଉଛି।

ଏସ୍ସିଓରେ ୟୁରୋସିୟା ରାଜନୈତିକ, ଆର୍ଥିକ ଓ ସୁରକ୍ଷା ସଂଗଠନ ରହିଛି। ଏହାର ସ୍ଥାପନା ୨୦୦୧ ରେ ଶଂଘାଇରେ ହୋଇଥିଲା। ଚୀନ୍, କଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ପକ୍ଷରୁ କରାଯାଇଥିଲା। ପରେ ଭାରତ ଓ ପାକିସ୍ତାନ ଏଥିରେ ପୂର୍ଣ୍ଣ ସଦସ୍ୟ ହୋଇଥିଲେ। ସେଭଳି ଇରାନ ୨୦୨୩ ରେ ସାମିଲ ହୋଇଥିଲା।
ଏସ୍ସିଓର ମୁଖ୍ୟ ଉଦେଶ୍ୟ ହେଉଛି ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ, ବିଚ୍ଛିନ୍ନବାଦ ଓ ଉଗ୍ରବାଦ ବିରୋଧରେ ସହଯୋଗ, ଆର୍ଥିକ ବିକାଶ, ବାଣିଜ୍ୟ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ପ୍ରୋତ୍ସାହନ ଦେବା। ଏହି ସଂଗଠନର ସଦସ୍ୟ ଦେଶ ଭିତରେ ସାମରିକ ସହଯୋଗ, ମିଳିତ ଅଭ୍ୟାସ ଓ ଗୁଇନ୍ଦା ସୂଚନା ଆଦାନ-ପ୍ରଦାନ କରାଯିବା ଉପରେ ଜୋର ଦିଆଯାଇଥାଏ। ଏସ୍ସିଓର ମୁଖ୍ୟାଳୟ ବେଜିଂରେ ରହିଛି ଏବଂ ଏହାର ଅଫିସିଆଲ ଭାଷା ରୁଷ ଏବଂ ଚୀନ୍ର ରହିଛି।












Click it and Unblock the Notifications