ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଆମେରିକାର ୫୦% ଟାରିଫ୍ ଦ୍ୱାରା ପ୍ରଭାବିତ......
ଆମେରିକାର ୫୦ ପ୍ରତିଶତ ଶୁଳ୍କ ଦ୍ୱାରା ପ୍ରଭାବିତ ଭାରତର ରପ୍ତାନୀକାରୀଙ୍କୁ ସହାୟତା ଯୋଗାଇଦେବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏକ ଘରୋଇ ସମ୍ବାଦ ଚ୍ୟାନେଲ୍ ସହ ସାକ୍ଷାତକାର ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ସମ୍ପୃକ୍ତ ରପ୍ତାନୀକାରୀଙ୍କ ଲାଗି ଏକ ସ୍ୱତନ୍ତ୍ର ପ୍ୟାକେଜ୍ ସରକାର ପ୍ରସ୍ତୁତ କରୁଛନ୍ତି ।

କେବଳ ଦେଶରେ ପ୍ରତ୍ୟେକ ଜିନିଷ ଉତ୍ପାଦନ କରିବା ଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବରଂ ବର୍ତ୍ତମାନର ଅନିଶ୍ଚିତ ବୈଶ୍ୱିକ ବାଣିଜ୍ୟ ନୀତିକୁ ଦୃଷ୍ଟିରେ ରଖି ଆତ୍ମସମ୍ମାନ ବଜାୟ ରଖି ବ୍ୟବସାୟ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଦ୍ୱାରା ହିଁ ଆମେ ଲକ୍ଷ୍ୟ ହାସଲ କରିପାରିବା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।












Click it and Unblock the Notifications