ଭାରତ-ପାକ୍ ଉତ୍ତେଜନା, ସୁରକ୍ଷା ପାଇଁ ଡାଉନଲୋଡ୍ କରନ୍ତୁ ୫ ସେଫ୍ଟି ଆପ୍ସ

ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ତୀବ୍ର ହେଉଛି । ପାକିସ୍ତାନର ଆକ୍ରମଣକୁ ଭାରତ କଡ଼ା ଜବାବ। ଆତଙ୍କୀସ୍ତାନର ସବୁ କୁଚକ୍ରାନ୍ତକୁ ପଣ୍ଡ କରୁଛି। ଏହାରି ଭିତରେ ଦେଶର ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି।

ତେବେ ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ସତର୍କ ଏବଂ ସୁରକ୍ଷିତ ରହିବାକୁ କିଛି ସେଫ୍ଟି ଆପ୍ସ ଡାଉନଲୋଡ୍ କରି ନିଅନ୍ତୁ । ଜରୁରୀକାଳିନ ପରିସ୍ଥିତିରେ ଏହା ଆପଣଙ୍କ ପାଇଁ ସହାୟକ ହେବ । ଭାରତର ଏହି ଟପ୍ ସେଫ୍ଟି ଆପ୍ସ୍ ଗୁଡ଼ିକ ହେଲା-

(୧)112 ଇଣ୍ଡିଆ ଆପ୍ (Emergency Response Support System)

ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଏମରଜେନ୍ସି ରେସପନ୍ସ ସିଷ୍ଟମ୍ ନାଗରିକଙ୍କ ପାଇଁ ସହାୟକ ହେବ। ଏହି ଆପ୍ ଜରିଆରେ ୧୧୨ ନମ୍ଵରରେ କଲ୍, ଏସଏମଏସ, ଇମେଲ, କିମ୍ଵା ୱେବ୍ ପୋର୍ଟାଲ ମାଧ୍ୟମରେ କୌଣସି ପ୍ରକାରର ଜରୁରୀ ସ୍ଥିତି ପାଇଁ ତୁରନ୍ତ ସହାୟତା ମିଳିବ।

(୨)CitizenCOP

ଏହି ଆପ୍ ୟୁଜରଙ୍କୁ ଅପରାଧର ରିପୋର୍ଟ ଏବଂ ରିୟଲ ଟାଇମ୍ ଆଲର୍ଟ କରିବ। ଏହା ଜରିଆରେ SOS ଆଲର୍ଟ, ଏମର୍ଜେନ୍ସି ରିପୋର୍ଟିଂ ଏବଂ ଲୋକେଶନ ସେୟାର କରିବା ଭଳି ସୁବିଧା ମିଳିବ।

India-Pakistan conflict intensifies

(୩) bSafe

ଏହା ଏକ ସ୍ମାର୍ଟ ସେଫ୍ଟି ଆପ୍। ଏଥିରେ ଭଏସ୍ ଆକ୍ଟିଭେସନ, ଲାଇଭ୍ ଅଡିଓ ରେକର୍ଡିଂ, ରିଅଲ-ଟାଇମ୍ ଲୋକେସନ ସେୟାରିଂ, ଫେକ୍ କଲ୍, ଫଲୋ ମି ଟ୍ରାକିଂ ଏବଂ ଆଲାରାମ୍ ଭଳି ଫିଚର ରହିଛି। ଏହା ବ୍ୟକ୍ତିଗତ ଏବଂ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ସୁନିଶ୍ଚିତ କରେ।

(୪) Sachet ଆପ୍

ଏହି ଆପ୍ ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଦ୍ଵାରା ବିକଶିତ କରାଯାଇଛି। ବାତ୍ୟା, ଭୂକମ୍ପ, ବନ୍ୟା, ହିଟୱେଭ୍ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରିଅଲ-ଟାଇମ୍ ଜିଓଟ୍ୟାଗଡ୍ ଆଲର୍ଟ ଦେବ।

(୫) MySafetipin

ଏହି ଆପ୍ ବିଶେଷ କର ମହିଳା ଏବଂ ସୋଲୋ ଟ୍ରାଭେଲରଙ୍କ ପାଇଁ ବିକଶିତ କରାଯାଇଛି। ଏହା ଟ୍ରାଭେଲ୍ ରୁଟ୍‌ର ସେଫ୍ଟି ରେଟିଂ ଦିଏ। ଲାଇଟିଂ, ଭିଜିବିଲିଟି, ମ୍ୟାପ୍, ଲୋକେସନ ସେୟାରିଂ, ଭିଡ଼ ଏବଂ ସୁରକ୍ଷା ଭଳି ପାରାମିଟର ନେଇ ସୂଚନା ଦିଏ।

ଏହି ଆପ୍ ତାଲିକାଗୁଡ଼ିକ କେବଳ ସୂଚନା ଉଦ୍ଦେଶ୍ୟରେ ଦିଆଯାଇଛି। କୌଣସି ଆପ୍‌କୁ ବ୍ୟବହାର ରିବା ପୂର୍ବରୁ ଏହାକୁ ନିଜେ ଯାଞ୍ଚ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+