Get Updates
Get notified of breaking news, exclusive insights, and must-see stories!

ଯୁଦ୍ଧ ଭାରତର ପସନ୍ଦ ନୁହେଁ:ଅଜିତ୍ ଡୋଭାଲ

ଆମେରିକାର ମଧ୍ୟସ୍ଥତାର ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଛି । ଭାରତର ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ମଧ୍ୟସ୍ଥତାରେ ପ୍ରସ୍ତାବ ଦେଇଥିଲା । ଯୁ୍ଦ୍ଧବିରତି ପରେ ଭାରତର ଜେମ୍ସ ବଣ୍ଡ ଏନଏସଏ ଅଜିତ୍ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହିତ ଆଲୋଚନା କରିଥିଲେ ।

ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀଙ୍କ ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ଅର୍ନିବାର୍ଯ୍ୟ ଥିଲା । ଯୁଦ୍ଧ ଭାରତର ପସନ୍ଦ ନୁହେଁ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ଚୀନ ସହ କଥାବାର୍ତ୍ତା ହୋଇ ଅଜିତ୍ ଡୋଭାଲ କହିଛନ୍ତି, ''ଯୁଦ୍ଧ ଭାରତର ପସନ୍ଦ ନୁହେଁ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଥିଲା । ପହଲଗାମ ଆତଙ୍କୀ ହମଲାରେ ନିର୍ଦ୍ଦୋଶଙ୍କ ଜୀବନ ଯାଇଛି ।

ଏହାପରେ ଆତଙ୍କୀ ଠିକଣାରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଥିଲା । ଯୁଦ୍ଧ କେବେ ବି ଭାରତର ପସନ୍ଦ ନୁହେଁ । ଭାରତ ବିଶ୍ୱାସ କରେ କି ଯୁଦ୍ଧ କେବେ ବି କାହା ହିତରେ ନୁହେଁ । ଭାରତ ଏହି ଯୁଦ୍ଧବିରାମ ପାଇଁ ପ୍ରତିବଦ୍ଧ । ଖୁବଶୀଘ୍ର କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତା ଆଣିବାକୁ ପଦକ୍ଷେପ ନିଆଯିବ ।''

AJIT DOVAL

ଅଜିତ୍ ଡୋଭାଲଙ୍କ କଥାରେ ସହମତି କରି ଚୀନ ବୈଦେଶିକ ମନ୍ତ୍ରୀ କହିଥିଲେ, ଚୀନ ମଧ୍ୟ ସବୁ ପ୍ରକାର ଆତଙ୍କବାଦ ବିରୋଧ କରେ । ଏହା ସହିତ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ମଧ୍ୟ ନିନ୍ଦା କରୁଛି । ଏସିୟାରେ ଶାନ୍ତି ସ୍ଥାପନ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ରହିବା ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+