Get Updates
Get notified of breaking news, exclusive insights, and must-see stories!

ଚାଇନାକୁ ପଛରେ ପକାଇ ଭାରତ ହେଲା ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ

କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ କରି ଭାରତ ଏବେ ବିଶ୍ୱର ନମ୍ବର-୧ ଧାନ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ବିଶ୍ୱର ମୋଟ ଧାନ ଉତ୍ପାଦନରେ ଭାରତର ଅଂଶ ଏବେ ୨୮% ଅତିକ୍ରମ କରିଛି। ଆମେରିକାର କୃଷି ବିଭାଗ (USDA) ର ଡିସେମ୍ବର ୨୦୨୫ ରିପୋର୍ଟ ଅନୁଯାୟୀ, ଭାରତର ଉତ୍ପାଦନ ୧୫୨ ମିଲିୟନ ମେଟ୍ରିକ ଟନ୍ ଥିବା ବେଳେ ଚାଇନାର ଉତ୍ପାଦନ ୧୪୬ ମିଲିୟନ ମେଟ୍ରିକ ଟନ୍ ରହିଛି।

farmer

ଏହି ସଫଳତା ସହ ଭାରତ ବିଶ୍ୱର "ରାଇସ୍ କିଙ୍ଗ୍" ବା ଚାଉଳର ରାଜା ଭାବେ ଉଭା ହୋଇଛି। ଭାରତୀୟ ଚାଉଳ ଏବେ ବିଶ୍ୱର ୧୭୨ଟି ଦେଶକୁ ରପ୍ତାନି ହେଉଛି। ୨୦୨୪-୨୫ ବର୍ଷରେ ଭାରତ ଚାଉଳ ରପ୍ତାନି କରି ପ୍ରାୟ ୧,୦୫,୭୨୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଅର୍ଜନ କରିଛି। ଭାରତର ଏହି ଯାତ୍ରାରେ ତାଇୱାନରୁ ଆସିଥିବା ବାମନ କିସମର ଧାନ 'ତାଇଚୁଙ୍ଗ ନେଟିଭ୍-୧' (TN1) ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପରବର୍ତ୍ତୀ ସମୟରେ ୧୯୬୮ରେ 'IR-8' ବା "ମିରାକଲ୍ ରାଇସ୍" ଭାରତୀୟ କୃଷିରେ ବିପ୍ଳବ ଆଣିଥିଲା।

୧୯୬୯ ମସିହାରେ ଓଡ଼ିଶାର ସ୍ଥାନୀୟ କିସମ 'T-141' ସହ ତାଇଚୁଙ୍ଗ ନେଟିଭ୍-୧ ର ସଂକରଣ କରାଯାଇ ଭାରତର ପ୍ରଥମ ସ୍ୱଦେଶୀ ବାମନ କିସମ ଧାନ 'ଜୟା' ବିକଶିତ କରାଯାଇଥିଲା। ଏହା ଧାନ ଉତ୍ପାଦନକୁ ବହୁଗୁଣିତ କରିବାରେ ସହାୟକ ହୋଇଥିଲା। ଭାରତ ବାସୁମତୀ ଚାଉଳର ମଧ୍ୟ ସର୍ବବୃହତ ଉତ୍ପାଦନକାରୀ। ଭାରତର 'ପୁସା ବାସୁମତୀ-୧୧୨୧' ବିଶ୍ୱର ସବୁଠାରୁ ଲମ୍ବା ଚାଉଳ ଭାବେ ରେକର୍ଡ କରିଛି। କେବଳ ବାସୁମତୀ ରପ୍ତାନିରୁ ଦେଶ ୫୦,୦୦୦ କୋଟିରୁ ଅଧିକ ଟଙ୍କା ଆୟ କରୁଛି।

ଉତ୍ପାଦନରେ ଶୀର୍ଷରେ ଥିଲେ ମଧ୍ୟ ହେକ୍ଟର ପିଛା ଅମଳ କ୍ଷେତ୍ରରେ ଭାରତ ଚାଇନାଠାରୁ ପଛରେ ରହିଛି। ଚାଇନାର ହେକ୍ଟର ପିଛା ଅମଳ ୭,୧୦୦ କିଲୋଗ୍ରାମ ଥିବାବେଳେ ଭାରତର ହେକ୍ଟର ପିଛା ଅମଳ ୨୦୨୫-୨୬ ସୁଦ୍ଧା ୪,୩୯୦ କିଲୋଗ୍ରାମରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+