ଦେଶର ନାମ ଇଣ୍ଡିଆ ନା ଭାରତ ? ଜାଣନ୍ତୁ କେଉଁ କେଉଁ ଦେଶର ନାଁ ସବୁ ହୋଇଛି ପରିବର୍ତ୍ତନ ?
ପ୍ରେସିଡେଣ୍ଟ ଅଫ ଭାରତ ନା ପ୍ରେସିଡେଣ୍ଟ ଅଫ ଇଣ୍ଡିଆ । ନା ଦୁଇଟି ଭିତରୁ ଯାହା ଲେଖିଲେ ଚଳିବ । କିଏ ଠିକ୍ ଆଉ କିଏ ଭୁଲ । ସାରା ଦେଶ ଏବେ ଜାଣିବାକୁ ଚାହୁଁଛି ଆମ ଦେଶର ନାମ କଣ । ପ୍ରକୃତରେ ଆମେ ଭାରତୀୟ ନା ଇଣ୍ଡିଆନ । ନା ସେମିତି କିଛି ନାହିଁ । ଯାହା ଲେଖିଲେ ଚଳିବ ।
କାହିଁକି ଏବଂ କେଉଁଠି ରହିଛି ବିବାଦର ଏହି ସ୍ୱର । ଏହାକୁ ନେଇ କେବଳ ରଜିନେତା ନୁହେଁ । ବରିଷ୍ଠ ଅଭିନେତା ଓ କ୍ରିକେଟର ବି ନିଜର ମତ୍ ରଖିଲେଣି । ଜି -20 ସମ୍ମିଳନୀ ଡିନର କାର୍ଡରେ 'ପ୍ରେସିଡେଣ୍ଚ ଅଫ୍ ଭାରତ' ଲେଖା ବିରୋଧୀ-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଉ ଏହା ଏବେ ସରଗରମ ।
ଜୋର ଧରିଲା ଏହି ଚର୍ଚ୍ଚା । ଦୁଇଟି ଯାକ ସମାନ ନା ଅଲଗା । ତେବେ ଭାରତ ଆଉ ଇଣ୍ଡିଆ ପୂର୍ବରୁ ବି ଆମ ଦେଶର ନାମ ଅଲଗା ଥିଲା । ଆମ ଦେଶର ନାମ ଏବେ ବି ପରିବର୍ତ୍ତନ ହୋଇପାରେ ।

ତେବେ ଚାଲନ୍ତୁ ଜାଣିବା ପୃଥିବୀର ଏମିତି ବି ଦେଶ ଅଛି ଯାହାର ନାମ ପରିବର୍ତ୍ତନ ହୋଇଛି
ଆମ ପଡ଼ୋଶୀ ଦେଶ ହେଉଛି ଶ୍ରୀଲଙ୍କା । ୧୯୭୨ରେ ବ୍ରିଟିଶଙ୍କଠାରୁ ସ୍ୱାଧୀନ ହୋଇଥିଲା ଏହି ଦେଶ । ଇଂରେଜମାନଙ୍କ ଦାସତ୍ୱ ସମୟରେ ଏହି ଦେଶର ନାଁ ଥିଲା ସିଲନ । ଦାସତ୍ୱର ଚିହ୍ନ ଲିଭାଇବା ପାଇଁ ସିଲନର ନାଁ ପରିବର୍ତ୍ତନ କରି ଶ୍ରୀଲଙ୍କା କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସରକାରୀ ଦଲିଲରୁ ସିଲନ ସଂପୂର୍ଣ୍ଣ ହଟାଇବାକୁ ୩୯ ବର୍ଷ ଲାଗିଯାଇଥିଲା। ଆଉ ଏବେ ଏହା ଶ୍ରୀଲଙ୍କା ନାମରେ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଦେଶ ।
ଇରାନକୁ ପୂର୍ବରୁ ପାରସ୍ୟ ନାଁରେ ଜଣାଶୁଣା ଥିଲା। ଆମେ ବି ଶୁଣିଛେ ଭାରତୀୟ ମାନେ ବାଣିଜ୍ୟ ପାଇଁ ପାରସ୍ୟ ଯାଉଥିଲେ । ୫୫୦ ଖ୍ରୀଷ୍ଟାବ୍ଦରେ ଗ୍ରୀସ୍ ଏହି ଦେଶକୁ ପାରସ୍ୟ ବୋଲି ନାମକରଣ କରିଥିଲା ବୋଲି କୁହାଯାଏ । ୧୯୩୫ରେ ପାଶ୍ଚାତ୍ୟ ଦେଶମାନଙ୍କୁ ପାରସ୍ୟକୁ ଇରାନ ବୋଲି ସମ୍ବୋଧନ କରିବାକୁ ଅନୁରୋଧ କରାଯାଇଥିଲା ।
ନେଦରଲ୍ୟାଣ୍ଡ ପୂର୍ବରୁ ହଲାଣ୍ଡ ଭାବରେ ଜଣାଶୁଣା ଥିଲା । ଜାନୁଆରୀ ୨୦୨୦ରେ ଦେଶର ନାଁ ହଲାଣ୍ଡରୁ ନେଦରଲ୍ୟାଣ୍ଡକୁ ପରିବର୍ତ୍ତନ କରାଯାଇଥିଲା ।
ପୂର୍ବରୁ ସିଆମର ନାଁ ଥାଇଲ୍ୟାଣ୍ଡ କରାଯାଇଥିଲା । ୧୯୩୯ରେ ଏହି ନାଁ ଜଣେ ଏକଛତ୍ରବାଦୀ ଶାସକ ଦ୍ବାରା ଦିଆଯାଇଥିଲା । ୧୯୩୭ରେ ଆୟରିସ୍ ଫ୍ରି ଷ୍ଟେଟ୍ରୁ ଆୟଲ୍ୟାଣ୍ଡ ହୋଇଥିଲା ।
ଜର୍ମାନ ଦକ୍ଷିଣ ପଶ୍ଚିମ ଆଫ୍ରିକାରୁ ନାମିବ୍ୟା ନାଁ ହୋଇଥିଲା । ୧୯୬୮ରେ ମିଳିତ ଜାତିସଂଘ ଦ୍ୱାରା ଏହା ସ୍ଥିର ହୋଇଥିଲା । ତେବେ ଏହାର ନାମକରଣ ୧୯୯୦ରେ କରାଯାଇଥିଲା । ୧୯୯୦ରେ ଏହାର ନାମକରଣ କରାଯାଇଥିଲା ।
ଚଳିତ ବର୍ଷ ଜୁନ୍ ୨ରେ ସଂଯୁକ୍ତ ରାଷ୍ଟ୍ର ତୁର୍କୀ ନିଜ ଦେଶର ନାଁ ତୁର୍କୀୟେ ଘୋଷଣା କରିଛି । ଗତ ଡିସେମ୍ବରରେ ନାଁ ପରିବର୍ତ୍ତନ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।
୧୯୮୯ରେ ସାମରିକ ସରକାର ବର୍ମା ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ବର୍ମା ନାଁ ବ୍ରିଟିଶ୍ଙ୍କ ଦାସତ୍ବର ପ୍ରତୀକ । ବର୍ମା ଏବେ ମିଆଁମାର ଭାବେ ପରିଚିତ ।
-
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ....












Click it and Unblock the Notifications