'ଏକବିଂଶ ଶତାବ୍ଦୀର ଭାରତ ଉପରେ ସାରା ବିଶ୍ୱ ରଖିଛି ନଜର'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀର ଭାରତ ଉପରେ ସମଗ୍ର ବିଶ୍ୱ ନଜର ରଖୁଛି। ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଆଜି NXT ସମ୍ମିଳନୀ-୨୦୨୫କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ' ପାଇଁ ସମଗ୍ର ବିଶ୍ବରୁ ଲୋକ ଏଠାକୁ ଆସୁଛନ୍ତି।
ଭାରତରେ ପ୍ରତ୍ୟେକ ଦିନ ସକାରାତ୍ମକ ପଦକ୍ଷେପ ସମ୍ପର୍କିତ ଖବର ସେମାନଙ୍କ ପାଖରେ ପହଁଞ୍ଚୁଛି । ପ୍ରୟାଗରାଜରେ ସମାପ୍ତ ହୋଇଥିବା ଏକତାର ସଂଗମସ୍ଥଳ ମହାକୁମ୍ଭସମଗ୍ର ବିଶ୍ଵକୁ ଆଶ୍ଚର୍ଯ୍ୟ କରିଛି। କୋଟି କୋଟି ଶ୍ରଦ୍ଧାଳୁ ଏହି ମେଳା ଅବସରରେ ପବିତ୍ର ସ୍ନାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, 'ଭୋକାଲ ଫର୍ ଲୋକାଲ ଏବଂ 'ଲୋକାଲ ଫର୍ ଗ୍ଲୋବାଲ୍'ର ସ୍ଵପ୍ନ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଆୟୂଷ ଉତ୍ପାଦ ଏବଂ ଯୋଗ ସ୍ଥାନୀୟରୁ ବିଶ୍ୱସ୍ତରୀୟ ହୋଇପାରିଛି।

କୃଷକ ସେମାନଙ୍କ ଫସଲକୁ ବିଶ୍ୱବଜାରରେ ପହଁଞ୍ଚାଇବାରେ ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଏବେ ଅସୀମ ଉଦ୍ଭାବନର ଦେଶ ପାଲଟିଛି । ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବଗୋଷ୍ଠୀ ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏହି ନୀତି ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବାହାର ଦୁନିଆ ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ସୁଯୋଗ ପ୍ରଦାନ କରିଛି ।












Click it and Unblock the Notifications