'ଭାରତ ଶାନ୍ତିପାଇଁ ପ୍ରତିବଦ୍ଧ; କିନ୍ତୁ ଯେକୌଣସି ଆକ୍ରମଣର ଜବାବ ଦେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ'

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ଶାନ୍ତିପାଇଁ ପ୍ରତିବଦ୍ଧ; କିନ୍ତୁ ଯେକୌଣସି ଆକ୍ରମଣର ଜବାବ ଦେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।ମଧ୍ୟପ୍ରଦେଶର ମହୁ'ଠାରେ ଆର୍ମି ୱାର୍‌ କଲେଜର 'ରଣସମ୍ବାଦ' ଶୀର୍ଷକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ସଂଘର୍ଷ ମଧ୍ୟରେ ମଧ୍ୟ ଆଲୋଚନା ଗୁରୁତ୍ବପୂର୍ଣ । କିନ୍ତୁ ଭାରତ କେବେ ଯୁଦ୍ଧ ଚାହୁଁ ନାହିଁ କିମ୍ବା ଆକ୍ରମଣ ଆରମ୍ଭ କରି ନାହିଁ । ଶ୍ରୀ ସିଂହ କହିଛନ୍ତି, ଯଦି କୌଣସି ଦେଶ ଚ୍ୟାଲେଞ୍ଜ କରେ, ତେବେ ସମ୍ପୂର୍ଣ ଶକ୍ତି ସହ ଜବାବ ଦେବା ଜରୁରୀ ହୋଇପଡ଼େ ।

Rajnath Singh

ଦେଶର ପ୍ରତିରକ୍ଷା କେବଳ ସୀମାରେ ମୁତୟନ ସୈନିକମାନଙ୍କଦ୍ୱାରା ନୁହେଁ; ବରଂ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରୁଥିବା ବୈଜ୍ଞାନିକ, ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ଶିଳ୍ପପତି ଏବଂ ପରବର୍ତ୍ତୀ ପିଢ଼ିକୁ ଯୁଦ୍ଧପାଇଁ ପ୍ରସ୍ତୁତ କରୁଥିବା ଶିକ୍ଷକମାନଙ୍କଦ୍ୱାରା ମଧ୍ୟ ପରିଚାଳିତ ହୁଏ ବୋଲି ଶ୍ରୀ ସିଂହ କହିଛନ୍ତି । ଏଥିସହ ୨୦୪୭ ସୁଦ୍ଧା ଭାରତକୁ ନୂତନ ଶିଖରରେ ପହଞ୍ଚାଇବାପାଇଁ ଆତ୍ମବିଶ୍ଵାସର ସହ ଅଗ୍ରସର ହେବାକୁ ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+