ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁରେ ଭାରତ ଶୋକ ପ୍ରକାଶ କରିଛି। ଅଲି ଖାମେନିଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଥିବା ଇରାନ ଦୂତାବାସ ଏହାର ପତାକା ଅର୍ଦ୍ଧନମିତ କରିଛି। ଇସ୍ରାଏଲ ଏବଂ ଆମେରିକାରେ ହୋଇଥିବା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗୁରୁବାର ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସରେ ଏକ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି ଏବଂ ଦିବଂଗତ ଇରାନ ସର୍ବୋଚ୍ଚ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ନୂଆଦିଲ୍ଲୀ ପକ୍ଷରୁ ଇରାନ ରାଷ୍ଟ୍ରଦୂତଙ୍କୁ ସମବେଦନା ଜଣାଇଥିଲେ।

ମିଶ୍ରୀ ଇରାନ ଦୂତାବାସ ପରିଦର୍ଶନ କରିଥିଲେ ଏବଂ ଭାରତ ସରକାରଙ୍କ ପକ୍ଷରୁ ଏକ ଶୋକ ପୁସ୍ତକରେ ସ୍ୱାକ୍ଷର କରିଥିଲେ। ବୈଦେଶିକ ମନ୍ତ୍ରଣାଳୟ ବୈଦେଶିକ ସଚିବ ଏବଂ ଭାରତରେ ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥଲିଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଏକ ଚିତ୍ର ମଧ୍ୟ ପ୍ରକାଶ କରିଛି। ୨୮ ଫେବୃଆରୀରେ ଇସ୍ରାଏଲ-ଆମେରିକା ଆକ୍ରମଣରେ ଖାମେନିଙ୍କୁ ହତ୍ୟା କରାଯାଇଥିଲା। ଯଦିଓ ଭାରତ ପଶ୍ଚିମ ଏସୀୟ ସଙ୍କଟର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛି, କିନ୍ତୁ ଖାମେନିଙ୍କ ହତ୍ୟା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।
-
ସିକ୍ରେଟ୍ ରହିବ ଭାରତ-ରୁଷ ଡିଲ୍, ବାଣିଜ୍ୟିକ ଦସ୍ତାବିଜ୍ ଆଉ ପ୍ରଘଟ କରାଯିବ ନାହିଁ -
TRP ବନ୍ଦ ପାଇଁ ବାର୍କକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର -
ଇରାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା… -
ଏବେ ବି ନମ୍ବର-୧ କୋଟିପତି ମୁକେଶ -
ଭକ୍ତଙ୍କ ପାଇଁ ବଡ ଖବର; ଏପ୍ରିଲ ୨୨ ରୁ ଖୋଲିବ କେଦାରନାଥ ଦ୍ୱାର -
ଯୁଦ୍ଧରେ ଫସିଥିବା ୭ ଶହ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର -
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ -
୮ରେ ଜେଡିୟୁରେ ଯୋଗଦେବେ ନୀତିଶ କୁମାରଙ୍କ ପୁଅ, ହୋଇପାରନ୍ତି ଉପ ମୁଖ୍ୟମନ୍ତ୍ରୀ -
AAHAR 2026 - International Food & Hospitality Fair ଏସିଆର ଅଗ୍ରଣୀ ଗ୍ଲୋବାଲ୍ ବ୍ୟବସାୟ ମଞ୍ଚ -
Adani Total Gas Ltd ସିଏନଜି ଓ ପିଏନଜି ଦର ଅପରିବର୍ତ୍ତିତ, ୱେଷ୍ଟ ଏସିଆ ସଂକଟରେ ଶିଳ୍ପ ଗ୍ରାହକଙ୍କୁ ସପ୍ଲାଇ ସୀମିତ -
ଆନ୍ଧ୍ରପ୍ରଦେଶରେ ୧୩ ବର୍ଷରୁ କମ୍ ବୟଷ୍କ ପିଲାମାନେ ଚଳାଇ ପାରିବେ ନାହିଁ ସୋସିଆଲ ମିଡିଆ -
ଖାଦ୍ୟ ଓ ଆତିଥ୍ୟ ଖେତ୍ରରେ ବଡ଼ ମଞ୍ଚ: AAHAR 2026 - International Food & Hospitality Fair












Click it and Unblock the Notifications