ଭାରତୀୟ ପାଣିପାଗ ବିଭାଗ ଆକଳନ; ଆସନ୍ତାକାଲି ପର୍ଯ୍ୟନ୍ତ ଲାଗିରହିବ ଅତି ଘନ କୁହୁଡି
ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ପରିସ୍ଥିତି ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ, ଓଡ଼ିଶା ଏବଂ ପୂର୍ବ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଶୀତ ଲହରୀ ପୂର୍ବପରି ଜାରି ରହିଥିବା ପାଣିପାଗ ବିଭାଗ କହିଛି ।

ଆଗାମୀ ଦୁଇଦିନ ମଧ୍ୟରେ ଉତ୍ତରପଶ୍ଚିମ ଏବଂ ମଧ୍ୟଭାରତରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଘନ କୁହୁଡି ପରିସ୍ଥିତି ନେଇ ଦେଶର ବିଭିନ୍ନ ସ୍ଥାନରେ ଆଜି ଟ୍ରେନ୍ ସେବା କିଛି ପରିମାଣରେ ବାଧାପ୍ରାପ୍ତ ହୋଇଛି । ଭାରତୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀ ଯାଉଥିବା ୫୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ସର୍ବଶେଷ ସ୍ଥିତି ଯାଞ୍ଚ କରିବାରୁ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications