ଆଜି ଜାରି ହୋଇପାରେ 'ଇଣ୍ତିଆ' ମେଣ୍ଟର ନୂଆ ଲୋଗୋ
ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ସରକାରଙ୍କୁ କଡ଼ା ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧି ଦଳ । ଏଥର ମୁମ୍ବାଇରେ ଏକାଠି ହୋଇଛନ୍ତି ବିରୋଧି ଦଳର ବରିଷ୍ଠ ନେତା । ବିଜେପିକୁ ହରାଇବା ପାଇଁ ଗଠନ ହୋଇଥିବା ଇଣ୍ତିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ଏହା 'ଇଣ୍ତିଆ'ର ତୃତୀୟ ବୈଠକ । ଏହି ବୈଠକରେ ୨୮ଟି ଦଳ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଜାରି ରହିବ ରହିବ ମହାମେଣ୍ଟର ଏହି ବୈଠକ ।

ସୂଚନା ଅନୁସାରେ, ଆଜି ବୈଠକର ଦ୍ୱିତୀୟ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସକାଶ ୧୦ଟାରେ ଆରମ୍ଭ ହେବ ବୈଠକ । ତେବେ ଆଜି ମେଣ୍ଟର ଲୋଗୋ ଏବଂ ସଂଯୋଜକଙ୍କ ନାଁ ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ, ଦୁଇ-ତିନୋଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି । ସେଥି ମଧ୍ୟରୁ ଗୋଟିଏକୁ ଫାଇନାଲ୍ କରାଯାଇପାରେ ।
ସୂତ୍ର ଅନୁସାରେ, ଲୋଗୋରେ ଜାତୀୟ ପତାକାର ତିନି ରଙ୍ଗ ଯଥା, ଗେରୁଆ, ଧଳା ଏବଂ ସବୁଜ ରଙ୍ଗ ରହିପାରେ । ଆଜି ଲୋଗ ଆୟୋଜିତ ହେବାର ସମ୍ଭାବନା ରହିଛି । ଲଗୋ ଜାରି ହେବା ପରେ ଏକ ପ୍ରେସ୍ କନଫରେନ୍ସର ଆୟୋଜିତ କରାଯିବ । ଅନ୍ୟପକ୍ଷରେ ଲୋକସଭା ପାଇଁ ଆସନ କିପରି ବଣ୍ଟାଯିବ ତାକୁ ନେଇ ମଧ୍ୟ ଦ୍ୱନ୍ଦ ଲାଗି ରହିଛି । ସୂଚନା ଅନୁସାରେ, ୨୦୧୯ ଲୋକସଭା ନିର୍ବାଚନ ଆଧାରରେ ଫର୍ମୁଲା ପ୍ରସ୍ତୁତ ହୋଇପାରେ ।
ଅନ୍ୟପଟେ ବିଜେପି ବିରୋଧିଙ୍କ ମେଣ୍ଟକୁ ବାରମ୍ବାର ସମାଲୋଚନା କରୁଛି । ବିରୋଧି ଦେଶର ହିତ ପାଇଁ ନୁହେଁ ବରଂ ନିଜ ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି ବୋଲି ବିଜେପି ଦାବି କରିଛି । ଇଣ୍ତିଆ ମେଣ୍ଟ ଉଡାଉ ପୂର୍ବରୁ ବିଫଳ ହେବ ବୋଲି କହିଛି ବିଜେପି । ରାହୁଲ ଗାନ୍ଧି, ମମତା ବାରାର୍ଜୀ, ଅରବିନ୍ଧ କେଜ୍ରିୱାଲ୍, ଶରଦ ପାୱାର, ନୀତୀଶ କୁମାର ଏହି ମେଣ୍ଟର ପ୍ରମୁଖ ଚେହେରା ।
ସେହିପରି ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିରୋଧି କହିଛି, ଯିଏ ପ୍ରଧାନମନ୍ତ୍ରୀ ପ୍ରର୍ଥୀ ହେବ ସେ ମୋଦିଙ୍କଠୁ ଅଧିକ ନମ୍ର ଏବଂ ଦେଶଭକ୍ତ ହେବ । ଯାହା ପରେ ପୁଣି ବିରୋଧିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିରୋଧିଙ୍କୁ ଝଟକା ଦେବା ପାଇଁ ସରକାର ଆଗୁଆ ନିର୍ବାଚନ କରିପାରନ୍ତି ।
ସୂଚନାଥାଉ ଯେ, ୧୮ ତାରିଖରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ତେବେ ୧୮ ରୁ ୨୨ ତାରଖ ପର୍ଯ୍ୟନ୍ତ ରାଜ୍ୟ ସଭା ଏବଂ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ରହିଛି । କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବା ନେଇ ଘୋଷଣା କରିପାରନ୍ତି ।












Click it and Unblock the Notifications