କରୋନା ଉପରେ 81 ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଦାବି କଲା ଭାରତ ବାୟୋଟେକ୍
ଭାରତ ବାୟୋଟେକ ଏହାର କରୋନା ଜୀବାଣୁର ତୃତୀୟ ପର୍ଯ୍ୟାୟର କୋଭାକ୍ସାଇନ୍ର କ୍ଲିନିକାଲ ପରୀକ୍ଷଣର ଫଳାଫଳ ଘୋଷଣା କରିଛି । କୋଭୋକ୍ସିନର କରୋନା ଉପରେ 81 ପ୍ରତିଶତ ପ୍ରଭାବ ରହିଛି ବୋଲି କମ୍ପାନୀ ଦାବି କରିଛି ।
ହାଇଦ୍ରାବାଦ : ଭାରତ ବାୟୋଟେକ ଏହାର କରୋନା ଜୀବାଣୁର ତୃତୀୟ ପର୍ଯ୍ୟାୟର କୋଭାକ୍ସାଇନ୍ର କ୍ଲିନିକାଲ ପରୀକ୍ଷଣର ଫଳାଫଳ ଘୋଷଣା କରିଛି । କୋଭୋକ୍ସିନର କରୋନା ଉପରେ 81 ପ୍ରତିଶତ ପ୍ରଭାବ ରହିଛି ବୋଲି କମ୍ପାନୀ ଦାବି କରିଛି । ଭାରତ ବାୟୋଟେକର କୋଭାକ୍ସିନ୍ ଏବଂ ସେରମ୍ ପ୍ରତିଷ୍ଠାନର କୋଭିଶିଲ୍ଡ ଟିକାକୁ ସାରା ଭାରତରେ COVID-19 ଟୀକାକରଣ ଅଭିଯାନରେ ବ୍ୟବହାର କରାଯାଉଛି ।
କରୋନାର ସ୍ୱଦେଶୀ ଟିକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭାରତ ବାୟୋଟେକ ଏହାର କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ବିଷୟରେ ତଥ୍ୟ ପ୍ରକାଶ କରିଛି । କମ୍ପାନୀ କହିଛି ଯେ କୋଭୋକ୍ସାଇନ୍ କରୋନା ଉପରେ 81 ପ୍ରତିଶତ ପ୍ରଭାବଶାଳୀ ଅଟେ । ସାରା ଦେଶରେ କରୋନା ଟୀକାକରଣ ଅଭିଯାନରେ ଦୁଇଟି ଟିକା ପ୍ରଚଳନ କରାଯାଉଛି । ଏଥିମଧ୍ୟରୁ ଗୋଟିଏ ହେଉଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ ଅନ୍ୟଟି ହେଉଛି ଭାରତ ବାୟୋଟେକ୍ ର କୋଭାକ୍ସାଇନ୍, ଯାହା ଭାରତରେ ସମ୍ପୂର୍ଣ୍ଣ ଭାବେ ଉତ୍ପାଦିତ ।
ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ୍ ଟିକା ନେଇଛନ୍ତି । କୋଭାକ୍ସିନ୍ ବିଷୟରେ ସବୁଠାରୁ ବଡ ପ୍ରଶ୍ନ ଥିଲା ଯେ, ଯେତେବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିଲା, ସେତେବେଳେ ଏହାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇନଥିବା ବେଳେ ଟିକା କାହିଁକି ଅନୁମୋଦନ ହେଲା ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା ? ଏପରି ପରିସ୍ଥିତିରେ ଏହା କେତେ ସୁରକ୍ଷିତ ହେବ ? କିନ୍ତୁ ବର୍ତ୍ତମାନ କମ୍ପାନୀ ଦାବି କରିଛି ଯେ କୋଭାକ୍ସିନ୍ ଟିକାର କରୋନା ଉପରେ 81% ପ୍ରଭାବଶାଳୀ ରହିଛି ।