ବିଦେଶରେ ୬୬ ପିଲାଙ୍କ ମୃତ୍ୟୁ ପଛରେ ଭାରତରେ ନିର୍ମିତ କଫ୍ ସିରପ !
ଭାରତ ନିର୍ମିତ କଫ୍ ସିରପ ୬୬ ପିଲାଙ୍କ ମୃତ୍ୟୁର କାରଣ ପାଲଟିଛି। ହୁ ଏନେଇ ଦାବି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯିବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ।
ନୂଆଦିଲ୍ଲୀ: ଭାରତ ନିର୍ମିତ କଫ୍ ସିରପ ୬୬ ପିଲାଙ୍କ ମୃତ୍ୟୁର କାରଣ ପାଲଟିଛି। ହୁ ଏନେଇ ଦାବି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯିବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ହରିଆଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟିଡେ ରହିଛି ଔଷଧ ନିର୍ମାତା କମ୍ପାନୀର ନାମ। ଏହି କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରପ୍ ସେବନ ପରେ ଗାମ୍ବିଆରେ କିଛି ଶିଶୁ ଗୁରୁତର ହେବା ସହ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । କିଡନୀରେ ସମସ୍ୟା ଦେଖାଦେଇପାରେ ଏହି ଔଷଧ। ତେଣୁ ବ୍ୟବହାର ନକରିବାକୁ ହୁ' ପରାମର୍ଶ ଦେଇଛି।

ଔଷଧ ନମୁନାରେ ଡାଇ ଇଥାଇଲିନ୍ ଗ୍ଲାଇକଲ ଓ ଏଥିଲିନ୍ ଗ୍ଲାଇକଲ୍ ଥିବା ସୂଚନା ମିଳିଛି । ଯାହାକି ଅତ୍ୟନ୍ତ ବିଷାକ୍ତ ଓ ମନୁଷ୍ୟପାଇଁ ଘାତକ। ପେଟରେ ଯନ୍ତ୍ରଣା, ବାନ୍ତି, ଝାଡା, ପରିସ୍ରାରେ ସମସ୍ୟା, ମୁଣ୍ଡ ବିନ୍ଧା, ମାନସିକ ଅବସ୍ଥାରେ ପରିବର୍ତ୍ତନ ସହ ଗୁରୁତର କିଡନି ସମସ୍ୟା ଦେଖା ଦେଇଥାଏ । ଏଥିଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ସୂଚନା ମିଳିଛି । ହୁ' କହିଛି ଯେ ସମ୍ପୂର୍ଣ୍ଣ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହି ଔଷଧ ବ୍ୟବହାର କରାଯିବା ଉଚିତ ନୁହେଁ। ଅନ୍ୟ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିପାରେ।
ଗାମ୍ବିଆରେ ୬୬ ଶିଶୁଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଭାରତରେ ତଦନ୍ତ
WHOର ଆଲର୍ଟ ପରେ ୪ଟି କଫସିରପ୍କୁ ନେଇ CDSCO ତତ୍ପରତା ଦେଖାଇଛି। ହରିୟାଣାର କଂପାନୀ ଗାମ୍ବିଆକୁ କଫସିରପ୍ ଦେଇଥିବା ସୂଚନା ପରେ ତଦନ୍ତ ଜାରି ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଓଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ ଆହୁରି ତଦନ୍ତ କରାଯାଉଛି ।












Click it and Unblock the Notifications