ଭାରତ ଆମେରିକା ସହିତ ଏକ ଉତ୍କୃଷ୍ଟ ବାଣିଜ୍ୟ ଚୁକ୍ତି ଉପରେ ବଡ଼ ମନ୍ତବ୍ୟ ଦେଲେ ଅର୍ଥମନ୍ତ୍ରୀ , କହିଲେ.....
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଯୋଗାଣ ଶୃଙ୍ଖଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଭାରତ ଆମେରିକା ସହିତ ଏକ ଉତ୍କୃଷ୍ଟ ବାଣିଜ୍ୟ ଚୁକ୍ତି କରିବାକୁ ଇଚ୍ଛାପ୍ରକାଶ କରିଛି । ବୃଦ୍ଧି ପାଉଥିବା ବୈଶ୍ୱିକ ଶୁଳ୍କ ପରିପ୍ରେକ୍ଷୀରେ ସମ୍ଭାବ୍ୟ ଆହ୍ୱାନ ଗୁଡ଼ିକର ମୁକାବିଲା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏଥିସହ ଆମଦାନୀ ଉପରେ ନିର୍ଭରଶୀଳ ଘରୋଇ ଉଦ୍ୟୋଗ ଗୁଡ଼ିକର ସ୍ୱାର୍ଥ ସୁରକ୍ଷିତ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୩୦ ସୁଦ୍ଧା ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ୫ଶହ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ଜିଏସ୍ଟି ହାର ଆହୁରି ହ୍ରାସ ପାଇବ ଏବଂ ଟିକସ ହାର ଓ ସ୍ଲାବ୍କୁ ସୁ-ବ୍ୟବସ୍ଥିତ କରିବା କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛିବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।












Click it and Unblock the Notifications