ଦେଶରେ କମୁଛି କୋଭିଡ ସଂକ୍ରମଣ, ଗୋଟିଏ ଦିନରେ 5ହଜାର 76 ମାମଲା
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 5 ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, 24 ଘଣ୍ଟାରେ 5076 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ମାମଲା । ପୂର୍ବରୁ କୋରୋନା ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ପଜିଟିଭ ସଂଖ୍ୟା କମ ହେବା ସହିତ ମୃତ୍ୟୁସଂଖ୍ୟାରେ ବି ନିୟନ୍ତ୍ରଣ ରହିଛି । 4 ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ ଓ ଏବେ 6 ହଜାର ତଳକୁ ଖସିଛି ।

ଏହା ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 5 ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, 24 ଘଣ୍ଟାରେ 5076 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ 4 କୋଟି 40 ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି 47945 ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ 4 କୋଟି 39 ଲକ୍ଷ 19 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା 528150 ଜଣଙ୍କର ପ୍ରାଣ ନେଲାଣି ମହାମାରୀ କରୋନା । ପୂର୍ବରୁ ଅନେକ ଅଧିକ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି ।
ଅନ୍ୟପଟେ କରୋନାକୁ ନେଇ ସଚେତନ ସାରା ଦେଶ । ଏହି ରୋଗରୁ ନିଜକୁ ବଞ୍ଚାଇବା ପାଇଁ ଟୀକାକରଣ ନେଇ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ କୋରୋନା ଟୀକାକରଣ ଅଭିଯାନରେ ଆମ ଦେଶ ଏକ ମାଇଲଖୁଣ୍ଟ ଅତିକ୍ରମ କରିସାରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 214 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 17,81,723 ଜଣଙ୍କୁ ଟିକା ଦିଆଯାଇଛି । କେବଳ ଏତିକି ନୁହେଁ ଲୋକଙ୍କୁ ଏବେ ଫ୍ରି ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତ୍ୟେକ ଦିନ ଦେଶରେ 22 ଲକ୍ଷରୁ ଅଧିକ ଲୋକ ବୁଷ୍ଟର ଡୋଜ ନେଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।












Click it and Unblock the Notifications