'ପ୍ରତିଭାର ପ୍ରବେଶ ଏବଂ ଦକ୍ଷତା କେନ୍ଦ୍ରୀକରଣ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ବୃଦ୍ଧିକରିବ କୃତ୍ରିମ ବୁଦ୍ଧିମତା'
ଡିଜିଟାଲ ଇଣ୍ଡିଆ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ଏବଂ ଏକ ଆତ୍ମନିର୍ଭର ଭାରତ ନିର୍ମାଣ ତଥା ଭାରତକୁ ବିଶ୍ୱ ପାଇଁ ଏକ ବିଶ୍ବସ୍ତ ନବସୃଜନ ଅଂଶୀଦାର କରିବାରେ ଏହା କେନ୍ଦ୍ରବିନ୍ଦୁ ସାଜିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତି ଅବସରରେ ଏକ ବ୍ଲଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଡିଜିଟାଲ ଗଭର୍ଣାନ୍ଧରୁ ବିଶ୍ୱ ଡିଜିଟାଲ ନେତୃତ୍ବଆଡକୁ ଗତି କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଏକ ସମୟରେ ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର କ୍ଷମତା ଉପରେ ସନ୍ଦେହ କରିବାର ଦଶନ୍ଧି ବିତାଇଥିବାବେଳେ ଏହି ମାନସିକତା ଏବେ ବଦଳିଛି । ପ୍ରଯୁକ୍ତିବିଦ୍ୟା ଅସମାନତା ବୃଦ୍ଧି କରିବ ବୋଲି ବିଶ୍ବାସ କରିବା ପରିବର୍ତ୍ତେ ବର୍ଭମାନ ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଏହାର ଉପଯୋଗ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଉଦ୍ଦେଶ୍ୟ ମହତ୍ଵ ଥାଏ, ନବସୃଜନ କିମ୍ ସଶକ୍ତ ଲୋକଙ୍କୁ ସଶକ୍ତ କରିଥାଏ ଏବଂ ସମାବେଶୀ ଆଭିମୁଖ୍ୟ ଅବହେଳିତଙ୍କ ଜୀବନରେ ଅର୍ଥପୂର୍ଣ ପରିବର୍ତ୍ତନ ଆଣିଥାଏ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୪୨ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇଭର କେବୁଲ, ଯାହା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତାଠାରୁ ୧୧ଗୁଣ ଅଧିକ, ସେଭଳି ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତ୍ର ୨ବର୍ଷ ମଧ୍ୟରେ ଭାରତରେ ୪ ଦଶମିକ ୮/୧ ଲକ୍ଷ ବେସ୍ ଷ୍ଟେସନ ସ୍ଥାପନ କରାଯାଇଥିବାରୁ ଏହା ବିଶ୍ଵର ଦ୍ରୁତତମ ୫ଜି ସେବା ପ୍ରଦାନକାରୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି । ହାଇସ୍ପିଡ୍ ଇଣ୍ଟରନେଟ୍ କେବଳ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ନୁହେଁ ବରଂ ଗଲୱାନ, ସିଆଚେନ୍ ଏବଂ ଲଦାଖ ସମେତ ଆଗଧାଡିର ସାମରିକ ପୋଷ୍ଟ ଗୁଡ଼ିକରେ ମଧ୍ୟ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀ ଇଲ୍ଲେଖ କରିଛନ୍ତି ଯେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି- ଡିପିଆଇ ଅଧୀନରେ ଆଧାର, କୋ-ୱିନ୍, ଡିଜିଲକର, ଫାବ୍ୟାଗ୍, ପିଏମ୍ ୱାନି ଏବଂ ୱାନ୍ ନେସନ ୱାନ୍ ସବ୍ସ୍କ୍ରିପସନ ଭଳି ପ୍ଲାଟଫର୍ମଗୁଡ଼ିକୁ ଏବେ ବିଶ୍ୱସ୍ତରରେ ଅଧ୍ୟୟନ କରାଯାଉଛି ଏବଂ ଗ୍ରହଣ ମଧ୍ୟ ହୋଇଛି । କୋ-ୱିନ୍ ପ୍ଲାଟଫର୍ମ ୨୨୦ କୋଟିରୁ ଅଧିକ କ୍ୟୁଆର ଯାଞ୍ଚଯୋଗ୍ୟ ପ୍ରମାଣିପତ୍ର ପ୍ରଦାନ କରି ବିଶ୍ଵର ସର୍ବବୃହତ୍ ଟୀକାକରଣ ଅଭିଯାନକୁ ସକ୍ଷମ କରିଛି ।
ସେ ଆହୁରି କହିଛନ୍ତି ଯେ ଡିଜିଲକର ବର୍ତ୍ତମାନ ୫୪କୋଟି ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛି ଏବଂ ୭୭୫ କୋଟିରୁ ଅଧିକ ଡକ୍ୟୁମେଣ୍ଟକୁ ପରିଚାଳନା କରୁଛି । ଏଥିସହିତ ୧ ଦଶମିକ ୮ ଲକ୍ଷରୁ ଅଧିକ ଷ୍ଟା ଅପ ସହିତ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ମଧ୍ୟରେ ଗରା ହୋଇଛି । ଏହି ଅଭିବୃଦ୍ଧି କେବଳ ଏକ ଷ୍ଟାଟିଅପ୍ ଆନ୍ଦୋଳନ ନୁହେଁ ବରଂ ବୈଷୟିକ ପୂର୍ନଜାଗରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯୁବ ପିଢ଼ୀଙ୍କ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କତ୍ରିମ ବୁଦ୍ଧିମତା ପ୍ରତିଭାର ପ୍ରଦେଶ ଏବଂ ଦକ୍ଷତା କେନ୍ଦ୍ରୀକରଣ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲଗରେ ବିଶେଷଭାବେ ଉଲ୍ଲେଖ କରିଛନ୍ତି ।












Click it and Unblock the Notifications