ଭାରତ କରୁଛି ପାରମ୍ପାରିକ ଔଷଧର ବ୍ୟବହାର: ପ୍ରଧାନମନ୍ତ୍ରୀ ମୋଦି
ଦ୍ବିତୀୟ ବିଶ୍ବ କୋଭିଡ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କୋଭିଡ-19 ଲଢେଇରେ ଭାରତ ପାରମ୍ପାରିକ ଔଷଧ ବ୍ୟବହାର କରିବା ନେଇ କହିଲେ ମୋଦି।
ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବ କୋଭିଡ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କୋଭିଡ-19 ଲଢେଇରେ ଭାରତ ପାରମ୍ପାରିକ ଔଷଧ ବ୍ୟବହାର କରିବା ନେଇ କହିଲେ ମୋଦି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଡକାଯାଇଥିବା ଏହି ସମ୍ମିଳନୀରେ ଏଭଳି ମତ ରଖିଛନ୍ତି ମୋଦି ।

ସେ କହିଛନ୍ତି, ଆମେ ଆମର ପାରମ୍ପାରିକ ଔଷଧର ବ୍ୟାପକ ଭାବେ ବ୍ୟବହାର କରି କୋଭିଡ ବିରୁଦ୍ଧରେ ଲଢେଇ ଜାରିରଖିଛୁ । ଏହି ଔଷଧ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅଗଣିତ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି । ସ୍ୱଦେଶୀ ସପ୍ଲିମେଣ୍ଟର ବ୍ୟବହାରକୁ ନେଇ ପାଶ୍ଚାତ୍ୟ ଚିକିତ୍ସା ବ୍ୟବସ୍ଥାର କିଛି ଏକ୍ସପର୍ଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଏଥିନେଇ ଆନ୍ତର୍ଜାତୀୟ ଆଗ୍ରହ ପ୍ରକାଶ କରାଯାଉ ବୋଲି ଉଲ୍ଲେଖ କରିଥିଲେ।
ଏହା ସୁନିଶ୍ଚିତ ଯେ ଆଗକୁ ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ିବାକୁ ହେଲେ ବୈଶ୍ୱିକ ସହଯୋଗ ଆବଶ୍ୟକ । ଟିକା ଓ ଔଷଧର ସୁଲଭ ପ୍ରାପ୍ତି ପାଇଁ ଆମକୁ ଏକ ନମନୀୟ ସପ୍ଲାଏ ଚେନ୍ ତିଆରି କରିବାକୁ ହେବ । ବିଶ୍ୱର ସମୁଦାୟର ଜଣେ ଦାୟିତ୍ୱସମ୍ପନ୍ନ ସଦସ୍ୟ ଭାବେ ଭାରତ ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବା ଆବଶ୍ୟକ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସଂକ୍ରମଣ ରୋକିବାକୁ ଲୋକେ ସଚେତନ ହେବା ଆବଶ୍ୟକ । ଭବିଷ୍ୟତର ସମ୍ଭାବ୍ୟ ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ଲାଗି ଅନ୍ତର୍ଜାତିକ ସମନ୍ବୟ ଜରୁରୀ । "ଆମର ଟିକା କାର୍ଯ୍ୟକ୍ରମ ହେଉଛି ବିଶ୍ବରେ ବୃହତ୍ତମ । ପ୍ରାୟ 90 ପ୍ରତିଶତ ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି । ତାସହ 50 ନିୟୁତରୁ ଅଧିକ ଉଭୟ ଡୋଜ ଟିକା ନେଇସାରିଲେଣି ।
ଭାରତ 4ଟି WHO ଅନୁମୋଦିତ ଟିକା ପ୍ରସ୍ତୁତ କରୁଛି ଏବଂ ବର୍ଷକୁ ଏହା 500 କୋଟି ଡୋଜ୍ ଟିକା ଉତ୍ପାଦନ କ୍ଷମତା ରଖିଛି । 98 ଦେଶକୁ 20 କୋଟି ଡୋଜ୍ ଯୋଗାଉଛି ଭାରତ । ଟେଷ୍ଟିଙ୍ଗ, ଚିକିତ୍ସା ଓ ଡାଟା ପରିଚାଳନା ପାଇଁ ଭାରତ ସବୁଠାରୁ ଶସ୍ତା କୋଭିଡ ପ୍ରଶମନ ପ୍ରଯୁକ୍ତି ବିକଶିତ କରିପାରିଛି । ଅନ୍ୟପଟେ ସମ୍ମିଳନୀରେ ବାଇଡେନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମହାମାରୀ ଶେଷହୋଇନାହିଁ । ଆମେରିକାରେ ଏବେସୁଦ୍ଧା 10 ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି । ଏଭଳି ପରିସ୍ଥିତିରେ କରୋନା ଲଢେଇକୁ ଆହୁରି ଜୋରଦାର କରିବାର ଆବଶ୍ୟକତା ରହିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications