For Quick Alerts
Turn On Notification  
For Daily Alerts
Oneindia App Download

ଭାରତ କରୁଛି ପାରମ୍ପାରିକ ଔଷଧର ବ୍ୟବହାର: ପ୍ରଧାନମନ୍ତ୍ରୀ ମୋଦି

ଦ୍ବିତୀୟ ବିଶ୍ବ କୋଭିଡ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କୋଭିଡ-19 ଲଢେଇରେ ଭାରତ ପାରମ୍ପାରିକ ଔଷଧ ବ୍ୟବହାର କରିବା ନେଇ କହିଲେ ମୋଦି।

|

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବ କୋଭିଡ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କୋଭିଡ-19 ଲଢେଇରେ ଭାରତ ପାରମ୍ପାରିକ ଔଷଧ ବ୍ୟବହାର କରିବା ନେଇ କହିଲେ ମୋଦି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଡକାଯାଇଥିବା ଏହି ସମ୍ମିଳନୀରେ ଏଭଳି ମତ ରଖିଛନ୍ତି ମୋଦି ।

modi

ସେ କହିଛନ୍ତି, ଆମେ ଆମର ପାରମ୍ପାରିକ ଔଷଧର ବ୍ୟାପକ ଭାବେ ବ୍ୟବହାର କରି କୋଭିଡ ବିରୁଦ୍ଧରେ ଲଢେଇ ଜାରିରଖିଛୁ । ଏହି ଔଷଧ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅଗଣିତ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି । ସ୍ୱଦେଶୀ ସପ୍ଲିମେଣ୍ଟର ବ୍ୟବହାରକୁ ନେଇ ପାଶ୍ଚାତ୍ୟ ଚିକିତ୍ସା ବ୍ୟବସ୍ଥାର କିଛି ଏକ୍ସପର୍ଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଏଥିନେଇ ଆନ୍ତର୍ଜାତୀୟ ଆଗ୍ରହ ପ୍ରକାଶ କରାଯାଉ ବୋଲି ଉଲ୍ଲେଖ କରିଥିଲେ।

ଏହା ସୁନିଶ୍ଚିତ ଯେ ଆଗକୁ ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ିବାକୁ ହେଲେ ବୈଶ୍ୱିକ ସହଯୋଗ ଆବଶ୍ୟକ । ଟିକା ଓ ଔଷଧର ସୁଲଭ ପ୍ରାପ୍ତି ପାଇଁ ଆମକୁ ଏକ ନମନୀୟ ସପ୍ଲାଏ ଚେନ୍ ତିଆରି କରିବାକୁ ହେବ । ବିଶ୍ୱର ସମୁଦାୟର ଜଣେ ଦାୟିତ୍ୱସମ୍ପନ୍ନ ସଦସ୍ୟ ଭାବେ ଭାରତ ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବା ଆବଶ୍ୟକ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସଂକ୍ରମଣ ରୋକିବାକୁ ଲୋକେ ସଚେତନ ହେବା ଆବଶ୍ୟକ । ଭବିଷ୍ୟତର ସମ୍ଭାବ୍ୟ ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ଲାଗି ଅନ୍ତର୍ଜାତିକ ସମନ୍ବୟ ଜରୁରୀ । "ଆମର ଟିକା କାର୍ଯ୍ୟକ୍ରମ ହେଉଛି ବିଶ୍ବରେ ବୃହତ୍ତମ । ପ୍ରାୟ 90 ପ୍ରତିଶତ ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି । ତାସହ 50 ନିୟୁତରୁ ଅଧିକ ଉଭୟ ଡୋଜ ଟିକା ନେଇସାରିଲେଣି ।

ଭାରତ 4ଟି WHO ଅନୁମୋଦିତ ଟିକା ପ୍ରସ୍ତୁତ କରୁଛି ଏବଂ ବର୍ଷକୁ ଏହା 500 କୋଟି ଡୋଜ୍ ଟିକା ଉତ୍ପାଦନ କ୍ଷମତା ରଖିଛି ‌। 98 ଦେଶକୁ 20 କୋଟି ଡୋଜ୍‌ ଯୋଗାଉଛି ଭାରତ । ଟେଷ୍ଟିଙ୍ଗ, ଚିକିତ୍ସା ଓ ଡାଟା ପରିଚାଳନା ପାଇଁ ଭାରତ ସବୁଠାରୁ ଶସ୍ତା କୋଭିଡ ପ୍ରଶମନ ପ୍ରଯୁକ୍ତି ବିକଶିତ କରିପାରିଛି । ଅନ୍ୟପଟେ ସମ୍ମିଳନୀରେ ବାଇଡେନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମହାମାରୀ ଶେଷହୋଇନାହିଁ । ଆମେରିକାରେ ଏବେସୁଦ୍ଧା 10 ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି । ଏଭଳି ପରିସ୍ଥିତିରେ କରୋନା ଲଢେଇକୁ ଆହୁରି ଜୋରଦାର କରିବାର ଆବଶ୍ୟକତା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pm modi joined virtually second world covid summit. He said,India is using its traditional medicines to fight Covid-19.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X