'ଭାରତ ହାର୍ଡଓୟାର ଉତ୍ପାଦନ କ୍ଷେତ୍ରରେ ଦ୍ରୁତଗତିରେ ଅଗ୍ରଗତି କରୁଛି'

ଭାରତ ଦୀର୍ଘଦିନ ଧରି ସଫ୍ଟଓୟାର ବିକାଶରେ ବିଶ୍ୱସ୍ତରରେ ଅଗ୍ରଣୀ ଥିବା ବେଳେ ଏବେ ହାର୍ଡଓୟାର ଉତ୍ପାଦନ କ୍ଷେତ୍ରରେ ଦ୍ରୁତଗତିରେ ଅଗ୍ରଗତି କରୁଛି। ଦେଶରେ ୫ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣାଧୀନ ଥିବାରୁ ଭାରତ ବିଶ୍ୱ ଇଲେକ୍‍ଟ୍ରୋନିକ୍ସ ମାନଚିତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି ।

ଆଜି କେନ୍ଦ୍ର ଇଲେକ୍‍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଜାତୀୟ ଦୈନିକ ସମ୍ବାଦପତ୍ରରେ ଗୋଟିଏ ଲେଖାରେ କହିଛନ୍ତି, ଚଳିତବର୍ଷ ଭାରତରେ ପ୍ରଥମ ସ୍ୱଦେଶ ନିର୍ମିତ ସେମିକଣ୍ଡକ୍ଟର ଚିଫ୍‍ ଉନ୍ମୋଚନ ସହିତ ଦେଶ ଖୁବ୍‍ଶୀଘ୍ର ଏକ ମାଇଲ୍‍ଖୁଣ୍ଟ ହାସଲ କରିବ ।

Ashwini Vaishnaw

ଡିଜିଟାଲ ଏବଂ ଇଲେକ୍‍ଟ୍ରୋନିକ୍ସ କ୍ଷେତ୍ରରେ ଦେଶର ସଫଳତା ଉପରେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନ କେବଳ ପରୀକ୍ଷାଗାରରେ ସୀମିତ ହୋଇ ରହି ନାହିଁ, ବରଂ ଏହା ଦେଶର ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ବୃହତ ଭାଷା ମଡେଲ୍‍ ଏବଂ ସମସ୍ୟା ଆଧାରିତ କୃତ୍ରିମ ବୁଦ୍ଧିମତ୍ତା ସମାଧାନ ଓ ନିଜସ୍ୱ ମୌଳିକ ମଡେଲ୍‍
ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

ସେ କହିଛନ୍ତି, ଡିଜିଟାଲ ଭବିଷ୍ୟତ ଗଠନ ଦିଗରେ ଡିଜିଟାଲ ପବ୍ଲିକ୍‍ ଇନ୍‍ଫ୍ରାଷ୍ଟ୍ରକ୍‍ଚର, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର ଏବଂ ଇଲେକ୍‍ଟ୍ରୋନିକ୍ସ ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସେ କହିଛନ୍ତି, ଭାରତ ଘଣ୍ଟା ପ୍ରତି ୧୦୦ ଟଙ୍କାରୁ କମ୍‍ ରିହାତି ମୂଲ୍ୟରେ ଉପଲବ୍ଧ ୧୮ ହଜାରରୁ ଅଧିକ ଗ୍ରାଫିକ୍ସ ପ୍ରୋସେସିଙ୍ଗ୍‍ ୟୁନିଟ୍‍ ସହିତ କମନ୍‍ କମ୍ପ୍ୟୁଟର ସୁବିଧା ଆରମ୍ଭ କରିଛି । ସେ କହିଛନ୍ତି, ଆଗାମୀ ଦିନରେ ଏହି ପଦକ୍ଷେପ ଷ୍ଟାର୍ଟଅପ୍‍, ଗବେଷକ ଏବଂ ଶିକ୍ଷାବିତ୍‍ମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଆପ୍ଲିକେଶନ୍‍ ବିକଶିତ କରିବାରେ ସହାୟତା କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+