'ଭାରତ ଏବେ ପାଲଟିଛି ଶକ୍ତି ନିଅଣ୍ଟିଆ ଦେଶରୁ ଶକ୍ତି ବଳକା ଦେଶ '
କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଯଶ ନାୟକ କହିଛନ୍ତି ଭାରତ ଏବେ ଶକ୍ତି ନିଅଣ୍ଟିଆ ଦେଶରୁ ଶକ୍ତି ବଳକା ଦେଶ ହୋଇଛି । ଲୋକସଭାର ପ୍ରଶ୍ନକାଳରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶକ୍ତି କ୍ଷେତ୍ରରେ ସଂସ୍କାରଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏବେ ଭାରତ ପଡୋଶୀ ଦେଶଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ କରୁଛି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ଶକ୍ତିକ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ଶକ୍ତି ଆବଣ୍ଟନ କ୍ଷେତ୍ରରେ ଆର୍ଥିକ ଶୃଙ୍ଖଳା ପାଇଁ ଖୁବ୍ଶୀଘ୍ର ବିଦ୍ୟୁତ୍ ସଂଶୋଧନ ବିଧେୟକ ଆଗତ କରାଯିବ ।












Click it and Unblock the Notifications