ଭାରତ ନିଜ ଐତିହ୍ୟକୁ ନେଇ ନୂଆ ଉତ୍ସାହର ସହିତ ଅଗ୍ରସର ହେଉଛି: ପ୍ରଧାନମନ୍ତ୍ରୀ

ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭକୁ ଏକତାର ମହାଯଜ୍ଞ ଭାବେ ବର୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶ ନିଜର ଐତିହ୍ୟକୁ ନେଇ ଗର୍ବ କରୁଛି ଏବଂ ନୂଆ ଉତ୍ସାହର ସହିତ ଆଗକୁ ବଢୁଛି । ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦୀ ନିଜ ଭାବନା ପ୍ରକାଶ କରି କହିଛନ୍ତି ଏହି ପରିବର୍ତ୍ତନ ନୂଆ ଯୁଗର ଆରମ୍ଭ ମାତ୍ର ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ମହାକୁମ୍ଭରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ କେବଳ ଏକ ରେକର୍ଡ ନୁହେଁ ବରଂ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟକୁ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ସମୃଦ୍ଧ ରଖୁବା ଲାଗି ଏକ ମୁଳଦୁଆ । ମହାକୁମ୍ଭର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିବା ସହିତ ଲୋକମାନଙ୍କ କଠିନ ପରିଶ୍ରମ, ଉଦ୍ୟମ ଏବଂ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଛନ୍ତି ।

PM modi

ସେ ଆହୁରି କହିଛନ୍ତି ମହାକୁମ୍ଭ ସମୟରେ ୧୪୦ କୋଟି ଭାରତୀୟଙ୍କ ଆସ୍ଥା ସମସ୍ତଙ୍କୁ ଅଭିଭୂତ କରିଛି । ଏହି ମହାକୁମ୍ଭରେ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ କ୍ଷେତ୍ରର ଲୋକମାନେ ଏକତ୍ର ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+